
ଜୟପୁର– ରବି ଋତୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ନେଇ ସଚେତନତା ରଥ ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ଶୁଭାରମ୍ଭ ହୋଇଛି । ଆଜି ସକାଳ ୮ଟାରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଏହାର ଉଦଘାଟନ କରିଥିଲେ । ଜୟପୁର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଏହି ରଥ ୫ଟି ବ୍ଲକରେ ସଚେତନ କରିବ । ଏଠାରେ କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ, ଉପାଧ୍ୟକ୍ଷ ବାଲା ରାୟ, ନିର୍ଦ୍ଦେଶକ ଦେବେନ୍ଦ୍ର ବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୫ ତାରିଖରେ ରବି ମଣ୍ଡି ହେବ ଆରମ୍ଭ ହେବ । ଜୟପୁର ଉପଖଣ୍ଡରେ ୮୮ଟି ଧାନକ୍ରୟ କେନ୍ଦ୍ର କରାଯାଇଛି । ଧାନ କ୍ରୟ ଉପରେ ଧାନ କ୍ରୟକାରି ସଂସ୍ଥା ଓ ଚାଷି ମାନଙ୍କୁ ଏହି ରଥ ଗ୍ରାମ ଗ୍ରାମ ବୁଲି ସଚେତନ କରିବ । ଧାନକୁ ଏଫ୍ .ଏ. କ୍ୟୁ. ମାନର ଉନ୍ନୀତ କରାଇ ବିକ୍ରୟ କେନ୍ଦ୍ରକୁ ଆଣିବା, ସପ୍ତାହିକ ବଜାର ଦିନ ମାନଙ୍କରେ ଧାନ କ୍ରୟ କେନ୍ଦ୍ର ବନ୍ଦ ରହିବ, ଚାଷୀ ମାନେ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ସାଙ୍ଗରେ ଧରି ଧାନ କ୍ରୟ କେନ୍ଦ୍ରକୁ ଧାନ ବିକିବା ନିମନ୍ତେ ଆସିବେ । ଟୋକନ ର ବୈଧତା ୩୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ପଞ୍ଜିକୃତ ଚାଷିଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ସୂଚନା ଅନୁସାରେ ମଣ୍ଡିକୁ ଧାନ ଆଣିବା ପରେ ଏକ ପ୍ରାପ୍ତି ସ୍ୱୀକାର ପତ୍ର ଦିଆଯିବ ।
ପ୍ରାପ୍ତ ସୂଚନା ଅନୁସାରେ, ଚାଷୀ ଆଣିଥିବା ଧାନକୁ ଫିଫୋ ପ୍ରଥମ ଆଣିଥିବା ଧାନକୁ ପ୍ରଥମେ କିଣାଯିବା ପଦ୍ଧତିରେ ଧାନ କ୍ରୟ କରିଯିବ । ବୈଧ ଟୋକେନ ଥିଲେ ଧାନକ୍ରୟ କେନ୍ଦ୍ର ମଧ୍ୟକୁ ଧାନ ପ୍ରବେଶ କରାଯିବ ଆଦି ଉପରେ ସଚେତନ କରିବା ସହ । କ୍ୱିଣ୍ଟାଲ ପ୍ରତି ଦର ସାଧାରଣ ଧାନକୁ ୨୩ ଶହ ଅତିରିକ୍ତ ଇନପୁଟ ସହାୟତା ୮ ଶହ ଟଙ୍କା ମୋଟ ୩୧ ଶହ ରହିଛି । ଧାନକୁ ଅଗାଡି, କାଠି, କୁଟା, କିମ୍ବା ଅନ୍ୟ ବାହ୍ୟ ପଦାର୍ଥ ମୁକ୍ତ ରଖିବା ଆଦି ସଚେତନ କରିବ । ୩ଟି ରଥ ଜୟପୁର ଉପଖଣ୍ଡର ବୈପାରିଗୁଡା, କୁନ୍ଦୁରା, ଜୟପୁର, ବୋରିଗୁମ୍ମା, କୋଟପାଡ ବ୍ଲକର ପ୍ରତ୍ୟେକ ଗ୍ରାମରେ ଚାଷୀଙ୍କୁ ସଚେତନ କରିବ ।