
କେଦାରନାଥ ଧାମ-ଦିଲ୍ଲୀର ମୁଖ୍ୟ ରେଖା ଗୁପ୍ତା ତାଙ୍କ ପରିବାର ସହିତ ଆଜି ସକାଳ ୭ଟାରେ କେଦାରନାଥ ଧାମ ପହଞ୍ଚିଛନ୍ତି ଏବଂ ଦର୍ଶନ-ପୂଜନ କରି ଦେଶ ଓ ରାଜ୍ୟର ମଙ୍ଗଳ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ରେଖା ଗୁପ୍ତା ଦିଲ୍ଲୀରେ ବିଜେପି ସରକାରର ୧୦୦ ଦିନ ପୂର୍ଣ୍ଣ ହେବା ପରେ ତାଙ୍କ ପରିବାର ସହିତ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି।
କେଦାରନାଥ ଧାମରେ ହେଲିପ୍ୟାଡ୍ରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଓ କେଦାର ସଭାର ପଦାଧିକାରୀମାନେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ବାଗତ କରିଥିଲେ। କେଦାରନାଥ ଧାମରେ ପୂଜା-ଅର୍ଚ୍ଚନା କରିବା ପରେ ରେଖା ଗୁପ୍ତା କହିଥିଲେ ଯେ ସେ ପରିବାର ସହିତ ପୂଜା କରିବାର ସୁଯୋଗ ପାଇ ସ୍ବୟଂକୁ ଧନ୍ୟବାନ୍ ଓ ଭାଗ୍ୟଶାଳୀ ମନେ କରୁଛନ୍ତି।
ବିକେଟିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ପ୍ରସାଦ ଥପଲିଆଲ୍ ମୁଖ୍ୟମନ୍ତ୍ରୀଙ୍କୁ ବାବା କେଦାରଙ୍କ ପ୍ରସାଦ, ରୁଦ୍ରାକ୍ଷ ମାଳା ଏବଂ ବିଭୂତି ଉପହାର ଦେଇଥିଲେ। ବିକେଟିସିର ମିଡିଆ ପ୍ରଭାରୀ ଡ଼ା. ହରୀଶ ଗୌଡ଼ କହିଛନ୍ତି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର ଓ ମନ୍ଦିର ସମିତିର ଯାତ୍ରା ବ୍ୟବସ୍ଥାର ପ୍ରଶଂସା କରିଛନ୍ତି।