
ଭୁବନେଶ୍ୱର– କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲେଙ୍ଗାନା ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରିଶ୍ରମୀ ନାଗରିକମାନଙ୍କ ପ୍ରଶଂସା କରିଛନ୍ତି।
ତାଙ୍କ ବାର୍ତ୍ତାରେ ପ୍ରଧାନ ଲେଖିଛନ୍ତି- “ତେଲେଙ୍ଗାନା ସ୍ଥାପନା ଦିବସ ଅବସରରେ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ବିଶିଷ୍ଟ ସଂସ୍କୃତି, ସମୃଦ୍ଧ ଐତିହ୍ୟ ଓ ପରିଶ୍ରମୀ ଲୋକ ଥିବା ଏହି ରାଜ୍ୟ ପାରମ୍ପରିକତା ଓ ଆଧୁନିକତାର ସୁନ୍ଦର ସଙ୍ଗମ। ରାଜ୍ୟ ନିରନ୍ତର ଉନ୍ନତି କରୁ, ବିକାଶ କରୁ ଓ ସମୃଦ୍ଧି ଲାଭ କରୁ—ଏହାହିଁ ମୋର ଶୁଭକାମନା।”