
ଭୁବନେଶ୍ୱର– ଖୁବ୍ ଶୀଘ୍ର ନୂଆ ମଦ ନୀତି ଆସିବା ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ଲାଗୁ ହେବ। ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ। ଅନ୍ୟ ରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ୍ ଆନ୍ଧ୍ର, ରାଜସ୍ଥାନ, କେରଳ ଓ ତାମିଲନାଡୁ ଗସ୍ତ କରିବେ। ଆସନ୍ତା ୭ ଓ ୮ ତାରିଖ ବେଳକୁ ଫେରିବା ପରେ ପଲିସିରେ ଯାହା ବାକି ଅଛି ପରିବର୍ତନ ହୋଇ ଲାଗୁ ହେବ। ଫଳରେ ବେଆଇନ ମଦ, ଦଣ୍ଡବିଧାନ ଓ ପୁରୁଣା ପଲିସିର ଅସୁବିଧା ଦୂର ହେବ। ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି ହେବ ବୋଲି କହିଛନ୍ତି ମନ୍ତ୍ରୀ।