
ନୂଆଦିଲ୍ଲୀ– କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ମୋଦିଙ୍କ ଶ୍ରମିକଙ୍କ ସଶକ୍ତିକରଣ ଓ ଖେଳକୁ ବିଶ୍ୱସ୍ତରୀୟ ସୁବିଧା ସଂପନ୍ନ କରିବା ପାଇଁ ପ୍ରୋତ୍ସାହନ ଦେବା ଦିଗରେ ଆପଣ ପ୍ରଶଂସନୀୟ କାମ କରୁଛନ୍ତି । ଈଶ୍ୱରଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଦୀର୍ଘ ଜୀବନ କାମନା କରୁଛି ।