ଜୟପୁର- ଜୟପୁର ସଚେତନ ନାଗରିକ କମିଟି ବିଭିନ୍ନ ଦାବିନେଇ ଏକ ସାମ୍ବାଦିକ ସମ୍ମିଳନି ଆୟୋଜନ କରି ଉଦବେଗ ପ୍ରକାଶ କରିଛନ୍ତି ସଚେତନ ନାଗରିକ କମିଟିର ସଭାପତି ଭଜନ ସିଂ ଉପସ୍ଥିତ ରହି ଜୟପୁର ସହରରେ ୨ ଲକ୍ଷ ଲୋକ ବାସ କରୁଥିବାବେଳେ ସହରର ଟାଉନ ବସର ସୁବିଧା ନାହିଁ । ଏଥିପାଇଁ ଅଟୋଚାଳକମାନଙ୍କ ଦୌରାତ୍ମ ଦିନକୁ ଦିନ ବଢିବାରେ ଲାଗିଛି । ଯାହାର ଶୀକାର ହେଉଛନ୍ତି ସାଧାରଣ ଜନତା । ନୁଆ ଘରୋଇ ବସଷ୍ଟାଣ୍ଡ, ଜିଲା ମୁଖ୍ୟ ଚିକିତ୍ସାଳୟ ରେଳ ଷ୍ଟେସନ ସହର ଠାରୁ ପାଖାପାଖି ୭ କିମି ଦୁରତା । ସାଧାରଣ ଜନତା କିଛି ସୁବିଧା ନଥିବାରୁ ୧ ଶହ ଟଙ୍କା ଦେଇ ଯାତାୟତ କରୁଛନ୍ତି । ତେଣୁ ପ୍ରଶାସନ ସିଟିବସର ଚଳାଚଳ କରିବାକୁ ଦାବି କରାଯାଇଛି । ଭାରତ ସରକାରଙ୍କ ଉଡାଣ ଯୋଜନାରେ ଜୟପୁର, ରାଉଲକେଲା, ଝାସୁଗୁଡା ବନ୍ଦରକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ନିବରଣ ଓ ସମ୍ପ୍ରସାରଣ କଲାଗଲା । ବିଶେଷତଃ ଅବିଭକ୍ତ କୋରାପୁଟ ଜିଲା ରାଜଧାନୀ ଠାରୁ ବହୁତ ଦୂରରେ ସାଧାରଣ ଜନତା ଓ ରୋଗିମାନେ ଚିକିତ୍ସା ପାଇବା ପାଇଁ ବିଶାଖାପାଟଣାରୁ ଜୟପୁର ଦେଇ ରାଜଧାନୀକୁ ଯିବାର ସୁଯୋଗ ପାଇବେ । ତେଣୁ ଉଡାନ ଯୋଜନାରେ ତୁରବ୍ତ ବିମାନ ଉଡ଼ାଇବା ଯୋଜନା କରିବାକୁ ଦାବି କରାଯାଇଛି । ଜାତୀୟ ରାଜପଥ ୨୬ରେ ନିର୍ମାଣଗତ ତ୍ରୁଟି ପାଇଁ ବଡ ବଡ ଖାଲ ସୃଷ୍ଟି ହୋଇଛି । ପ୍ରତ୍ୟେକ ବର୍ଷ ଏହା କାରଣରୁ ୧୦ରୁ ଅଧିକ ଜଣା ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି । ତେଣୁ ଜାତୀୟ ରାଜପଥ ନିର୍ମାଣ ତୁରନ୍ତ କରିବାକୁ ଦାବି କରାଯାଇଛି । ମରଣଯନ୍ତା ପାଲଟିଥିବା ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇ ଜୟପୁର ପୋଲିସ ଓ ପୌରପାଳିକା ପ୍ରଶାସନ ମିଳିତ ଉଦ୍ୟମରେ ବହୁ ପରିମାଣରେ ସୁଧାର ଆସିଥିବା କମିଟରି ସଦସ୍ୟମାନେ ମତ୍ୟବ୍ୟକ୍ତ କରିଥିଲେ । ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ମଧ୍ୟ ଦାବି କରାଯାଇଛି । ଏନେଇ ଏକ ପତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛି । ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଶକ୍ତ ଷଡଙ୍ଗି, ଦାମ ରଣା, ଶଶି ଭୁଷଣ ରାଓ, ସୁରେଶ ଜୌନ, ରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 26, 2024