
-
ତମାଖୁ ମୁକ୍ତ ଓଡ଼ିଶା ପାଇଁ ଗାଁ ଗାଁ ରେ ସଚେତନତା ପାଇଁ ଶହ ଶହ ସ୍ବେଚ୍ଛାସେବୀ ନେଲେ ସଂକଳ୍ପ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ତମାଖୁ ମୁକ୍ତ ଓଡ଼ିଶା ପାଇଁ ଗାଁ ଗାଁ ରେ ଆରମ୍ଭ ହେବ ସଚେତନତା ଯୁଦ୍ଧ। କୋଟପା ଆଇନ୍ ନୁହେଁ, ସ୍ବେଚ୍ଛାସେବୀଙ୍କ ସଚେତନତା ହିଁ ଓଡ଼ିଶା ର ଯୁବଗୋଷ୍ଠୀଙ୍କୁ ତମାଖୁ ମୁକ୍ତ କରିବ ବୋଲି ନେଇଛନ୍ତି ଶହଶହ ସ୍ବେଚ୍ଛାସେବୀ ସଂକଳ୍ପ। ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ କଳିଙ୍ଗ ବୈଶ୍ୟ ସଂଘର ମିଳିତ ସହଯୋଗ ରେ ପୁରୀ ପେଣ୍ଠଘର ସମ୍ମିଳନୀ କକ୍ଷରେ ଓଡ଼ିଶା ର ବିଶିଷ୍ଟ ସଂଗଠନ ମିଶନ ଓଡ଼ିଶା ପକ୍ଷରୁ ଆୟୋଜିତ ତମାଖୁ ମୁକ୍ତ ସମାଜ ଗଠନ ଶୀର୍ଷକ କର୍ମଶାଳା ରେ ଯୋଗଦାନ କରି ଏକଥା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଇନଚାର୍ଯ ଡାକ୍ତର ବିନୋଦ ବିହାରୀ ରଥ। ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଜିଲ୍ଲା ଯକ୍ଷ୍ମା ଓ କୃଷ୍ଠ ନିରାକରଣ ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର ମିଶନ ଓଡିଶାର ଉଦ୍ୟମକୁ ପ୍ରଶଂସା କରି ଯୋଗଦାନ କରିଥିବା ଶତାଧିକ ସ୍ବେଚ୍ଛାସେବୀ ନିଶ୍ଚିତ ତମାଖୁ ହଟାଇବା ସହ କ୍ୟାନସର ଭଳି ଦୂରାରୋଗ୍ୟ ନିରାକରଣ କ୍ଷେତ୍ର ଦିଗଦର୍ଶକ ସାଜିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ,ଡାକ୍ତର ହରିବଲ୍ଲଭ ମହାପାତ୍ର ତମାଖୁ ବର୍ଜନ ଦିବସର ଥିମ UNMASKING APPEAL ସନ୍ଧର୍ବରେ ଗୁଟଖା ଓ ସିଗାରେଟ ବିକ୍ରୀ କରୁଥିବା କମ୍ପାନୀ ମାନେ ପ୍ୟାକଟ ଉପରେ ଯେଉଁ ମାତ୍ରାରେ TOBACCO IS INJURIOUS TO HEALTH ଏବଂ ଚିତ୍ର ଛପାଇବା କଥା ଓ ଏହା ଉପରେ ଗୁରୁତ୍ବ ଦେବା କଥା ତାହା କରୁନାହାନ୍ତି ଏହା କରିବା ପାଇଁ ଦାବୀ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଏନ୍ ସି ଦାଶ ତାଙ୍କର ବକ୍ତବ୍ୟରେ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା ସହ ଭୁଟାନ ଭଳି ରାଷ୍ଟ ରେ ତମାଖୁ ବିକ୍ରୀ ସଂପୂର୍ଣ୍ଣ ବ୍ୟାନ ବା ବିକ୍ରି କରାଯାଉନାହିଁ ତା ଉପରେ ଗୁରୁତ୍ୱ ଦେଇଥିଲେ। ମହୀପ୍ରକାଶ ମଠର ମହନ୍ତ ସ୍ବାମୀ ଶୁଭାନନ୍ଦ ପୁରୀ ଜୀ ମହାରାଜ ଆଇନ ଛନ୍ଦି ଫିକର ଓ ସରକାର ଦୃଢ ସଂଙ୍କଳ୍ପ ନେଇ କାମ କରିବାର ସମୟ ଆସି ପହଞ୍ଚିଲାଣି ନଚେତ ନେଡିଗୁଡ କହୁଣୀକୁ ଚାଲିଯିବ ବୋଲି ସଚେତନ କରାଇଥିଲେ। ସେପଟେ ପୁରୀ ବାର ଆସୋସିଏସନ ର ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁ “୫ଟଙ୍କାରେ ମୃତ୍ୟକୁ ରାସ୍ତା” ସମ୍ପର୍କରେ ଆଇନ କିଭଳି ଖେଳ ଖେଳୁଛି ଫଳରେ ଦୁର୍ବିସହ ହୋଇପଡୁଛି ସମାଜ ତା ଉପରେ ଆଲୋକପାତ କରିଥିଲେ। ଏଥିସହ ସ୍ୟାଣ୍ଡ ଆନିମେଟର ମାନସ ସାହୁ, ସମାଜସେବୀ ଚକ୍ରଧର ମହାପାତ୍ର ତମାଖୁ ପରିତ୍ୟାଗ କରି ସେହି ଟଙ୍କାକୁ ସଞ୍ଚୟ କଲେ ତୁମ ଝିଅର ବାହାଘର ହୋଇପାରିବ ପୁଅକୁ ପାଠ ପଢାଇ ବଡମଣିଷ କରିପାରିବେ କିନ୍ତୁ ଆପଣ ଜାଣିପାରିବେ ନାହିଁ ଗୁଟଖା ନଖାଇ ଆପଣ ଯେଉଁ ଟଙ୍କା ବଞ୍ଚାଇଛନ୍ତି ସେହି ଟଙ୍କାରେ ମଧ୍ୟ ଆପଣ ବଡ କାମ କରିପାରିବେ। ସମାଜସେବୀ ତଥା ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ସ୍ବେଚ୍ଛାସେବୀ ମାନଙ୍କୁ ଅନେକ ପନ୍ଧି ଫିକର ସମ୍ପର୍କରେ ସଚେତନ କରାଇଥିଲେ କିଭଳି ସ୍ବେଚ୍ଛାସେବୀ ମାନେ ସମାଜରେ ସଚେତନ ସୃଷ୍ଟି କରିପାରିବେ। ସମାଜସେବୀ ବିଦୁଲତା ଆଚାର୍ଯ୍ୟ, ମଧୁମିତା ମହାପାତ୍ର, କ୍ୟାନସର ଭଳି ଦୂରାରୋଗ୍ୟରୁ ନୁଆ ଜୀବନ ପାଇଥିବା ନବଘନ ଦାଶ କହିଛନ୍ତି | କାହାକୁ ଏଭଳି ରୋଗ ନହେଉ, ସାତ ଶତ୍ରୁକୁ ମହାପ୍ରଭୁ ଏହି ରୋଗରେ ପୀଡିତ ନ କରନ୍ତୁ କହିଲା ବେଳେ ନବ ଓ ତାଙ୍କ ଧର୍ମପତ୍ନୀ ଓ ପୁଅ ଆଖିରେ ଲୁହ ଆସିଯାଇଥିଲା। ସ୍ବେଚ୍ଛାସେବୀ ଅମର ମହାପାତ୍ର, ନିଶାମୁକ୍ତି ଓ ଚିକିତ୍ସା ଥଇଥାନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେଠୀଙ୍କ ଘୋଷଣା କରିଛନ୍ତି ଏବେ ଠାରୁ ଆରମ୍ଭ ହେଲା ନିଶାମୁକ୍ତି ଅଭିଯାନ । ହଜାର ହଜାର ଲୋକଙ୍କୁ ନିଶା ଠାରୁ ଦୂରେଇବା ପାଇଁ ଅଦମ୍ୟ ଚେଷ୍ଠା କରାଯିବ। କ୍ୟାନସର ନିରାକରଣ ଓ ଥଇଥାନ ଉପରେ କାର୍ଯ୍ୟରତ ଅନିତା ଦାସ , କେଦାରନାଥ ମହାପାତ୍ର, ରଶ୍ମିରଞ୍ଜନ ଦାଶ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଆଲୋଚନା ଚକ୍ରରେ ଗୌରହରି ପ୍ରଧାନଙ୍କ ସହ, ଡାକ୍ତର ଶିଳ୍ପୀ ଦାଶ, ରାଜ୍ୟ ସଂଗୀତ ନାଟକ ଏକାଡେମୀର ସଦସ୍ୟ ତଥା ମିଶନ ଓଡିଶାର ସଭାପତି ବଦ୍ରି ମିଶ୍ର, ମିଶନ ଓଡିଶାର ସମ୍ପାଦକ ମଧୁସୂଦନ ମିଶ୍ର, ବିଶ୍ବନାଥ ମିଶ୍ର, ସାହିତ୍ୟକ ଶ୍ୟାମ ପ୍ରକାଶ ସେନାପତି, ଗଜପତି ଜିଲ୍ଲାରୁ ଲକ୍ଷ୍ମୀ ଆମ୍ମା ନନ୍ଦଦା (ଅବସର ପ୍ରାପ୍ତ ସ୍ବାସ୍ଥ୍ୟ ପ୍ରର୍ଯବେକ୍ଷକ), ଓ ଖୋର୍ଦ୍ଧାର ସମାଜସେବୀ ନର୍ମଦା ଦୋରା ଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀ ଯୋଗଦାନ କରି ସଚେତନତା ସୃଷ୍ଟି ପାଇଁ ଶପଥ ନେଇଥିଲେ ।