ଜୟପୁର – ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରୌପ୍ୟ ବେଶରେ ସଜ୍ଜିତ କରାଯାଇଥିଲା । ମାଘ ବଡ ଏକାଦେଶି ଅବସରରେ ଶ୍ରୀ ମନ୍ଦିରରେ ନୁତନ ପତିତପାବନ ବାନା ଲଗାଯାଇଥିବାବେଳେ ସ୍ୱତନ୍ତ୍ର ଆଳତି, ଭୋଗ ଲାଗି କରାଯାଇଥିଲା । ସେହିପରି ଉତର ମୁଖି ବଲ୍ଲଭ ନାରାୟଣ ମନ୍ଦିରରେ ମଧ୍ୟ ନାରାୟଣଙ୍କୁ ସ୍ୱତନ୍ତ୍ର ବେଶ କରାଯାଇଥିଲା । ବଡ ଏକାଦଶ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ହାତରେ ନଡିଆ, କଦଳି ଧରି ମନ୍ଦିରକୁ ଯାଇଥିବାବେଳେ ସଂନ୍ଧ୍ୟାରେ ମନ୍ଦିର ବେଡା ୪ ଥର ଭ୍ରମଣ କରାଯାଇଥିଲା । ୪ଥର ଭ୍ରମଣ ସମୟରେ ସଂକିର୍ତନ ମଣ୍ଡଳି ସହ ଶହ ଶହ ଭକ୍ତ ସାମିଲ ହୋଇଥିଲେ । ମୁଖ୍ୟ ପୁଜକ ଡମ୍ବୁରଧର ପଣ୍ଡା ଓ ସେବାୟତ ଜଗନ୍ନାଥ ତ୍ରିପାଠି ସମସ୍ତ ରିତି ନିତିକାନ୍ତି ତୁଲାଇଥିଲେ ।