
ଭୁବନେଶ୍ୱର, ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମପଟି ପବିତ୍ର ଶୀତଳଷଷ୍ଠୀ ତଥା ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିବା ନିମନ୍ତେ ଦେବ ଦମ୍ପତି ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।