
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଶୀତଳ ଷଷ୍ଠୀ’ ଅବସରରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେବଦମ୍ପତ୍ତି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ଅନନ୍ୟ ପରମ୍ପରା ଓ ପର୍ବ ‘ଶୀତଳ ଷଷ୍ଠୀ’ ଅବସରରେ ଶୁଭକାମନା । ଏହି ପର୍ବ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ ପରମ୍ପରାର ଉଜ୍ଜ୍ୱଳ ପ୍ରତୀକ ଭାବରେ ରହିଆସିଛି । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ‘ଶୀତଳ ଷଷ୍ଠୀ’ର ଭବ୍ୟତାକୁ ଆହୁରି ଆଗକୁ ନେବା । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହିଥାଉ, ଏହା କାମନା ।