
କାମରୂପ(ଆସାମ)– କାମରୂପ ଜିଲ୍ଲାର ରେଶମ ନଗରୀ ରୂପେ ବିଖ୍ୟାତ ସୁବାଲକୁଚିରେ ଶନିବାର ସକାଳେ ଆସାମ ପୋଲିସ ସହାୟତାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଅଭିଯାନ ଚଳାଇଥିଲା । ସୁବାଲକୁଚିର ବସନ୍ତପୁରରେ ଏହି ଅଭିଯାନ କରାଯାଇଥିଲା । ଏହି ସମୟରେ ସେଠାରୁ ପିତା- ଭଉଣୀ ସହିତ ଏକ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ହିରକ କଲିତା । ଏବଂ ପିତାଙ୍କ ପରିଚୟ ନିରେନ କଲିତା ଏବଂ ଭଉଣୀର ନାମ ରୁପାଲି କଲିତା ବୋଲି କୁହାଯାଇଛି ।