
ଗୌହାଟି: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ସୋସିଆଲ୍ ମିଡିଆରେ ଉତେଜନାକୁ ବଢାଉଥିବା ଭଳି ପୋଷ୍ଟ କରିବା ଅଭିଯୋଗରେ ଆସାମ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପ୍ରସଙ୍ଗରେ ଆସାମ ପୋଲିସ ପାକିସ୍ତାନ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପର୍ଯ୍ୟନ୍ତମୋଟ ୭୯ ଜଣକୁ ଗିରଫ କରିଛି ।
ମୁଖ୍ୟମନ୍ତ୍ରୀ ଡ଼. ହିମନ୍ତ ବିଶ୍ୱ ସର୍ମାଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ, ଶତୃଦେଶ ପାଇଁ ସହାନୁଭୂତି ଓ ସମର୍ଥନ ପ୍ରଦାନ କରିବା ପରି ରାଜଦ୍ରୋହୀ କାର୍ଯ୍ୟର ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ଅଛି।
ଏହି କ୍ରମରେଦରଙ୍ଗ ପୁଲିସ ଜିଲ୍ଲା ମୁଖ୍ୟାଳୟ ମଙ୍ଗଲଦୋଇରୁ ଫାରିଜୁଲ୍ ହକ୍ନାମକ ଜଣକୁ ଗିରଫ କରିଛି। ପୁଲିସ ବର୍ତ୍ତମାନ ତାକୁ ପଚାରାଉଚି କରୁଛି। ଏହି ପରି ମାମଲା ଗୁଡିକରେ ଏପର୍ଯ୍ୟନ୍ତମୋଟ ୭୯ ଜଣଙ୍କୁ ଗିରଫ କରାଯାଇଛି।