
ନୂଆଦିଲ୍ଲୀ: ଲୁଧିଆନା ପଶ୍ଚିମ ବିଧାନସଭା ଉପନିର୍ବାଚନ ପାଇଁ ଶନିବାର ଦିନ ଭାରତୀୟ ଜନତା ପାର୍ଟି (ଭାଜପା) ତରଫରୁ ଜୀବନ ଗୁପ୍ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
ଏହି ଉପନିର୍ବାଚନ ଆଗାମୀ ୧୯ ଜୁନରେ ହେବ ଓ ମତ ଗଣନା ସହିତ ଫଳାଫଳ ୨୩ ଜୁନରେ ପ୍ରକାଶିତ ହେବ।
ଉଲ୍ଲେଖନୀୟ ଯେ, ଆମ ଆଦମୀ ପାର୍ଟି (ଆଆପା) ର ଲୁଧିଆନା ପଶ୍ଚିମ ନିର୍ବାଚନ ମଣ୍ଡଳୀର ବିଧାୟକ ଗୁରପ୍ରୀତ ‘ଗୋଗୀ’ ବସି ଗତ ଜନୁଆରୀ ମାସରେ ପରଲୋକରେ ହୋଇଥିଲା । ଏହି କାରଣରୁ ଏହି ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।