
ଭୁବନେଶ୍ୱର, ବିଜେପିର ପ୍ରଥମ ବିଧାୟକ ତଥା ପାର୍ଟିର ବରିଷ୍ଠ ନେତା ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି,ଆମ ଦଳର କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।ସେ ଜଣେ ସରଳ, କର୍ମନିଷ୍ଠ ସ୍ୱଭାବର ବ୍ୟକ୍ତି ଥିଲେ ।ଶିକ୍ଷା ସହ କାମାକ୍ଷାନଗରର ବିକାଶ, ଆମ ଦଳର ସଂଗଠନ ଓ ଗାରିମାକୁ ବୃଦ୍ଧି କରିବାରେ ତାଙ୍କର ଯୋଗଦାନ ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗରେ ଆମ ଦଳ ଜଣେ ଦକ୍ଷ ନେତାଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।