
କନ୍ଧମାଳ– ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରିତିଶ କୁମାର ରାଉତରାୟ ଆଜି ଏକ ଏସିଡ ଫିଙ୍ଗା ମାମଲାର ବିଚାରଣା କରି ମାମଲାର ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଫୁଲବାଣୀ ପଟ୍ଟାବାଲି ସାହିର ପ୍ରମୋଦ କୁମାର ସାହୁ (୬୦)କୁ ଦୋଷୀ ସାବ୍ୟସ୍ତ କରି ତାକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାକୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି।
ସୂଚନା ଅନୁଯାୟୀ, ଗତ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍ ସମୟରେ ଫୁଲବାଣୀର ସୁରଜ କୁମାର ମହାନ୍ତି, ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା। ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା । ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ କିଛି ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲକୁ ନେଇ ଥିଲେ। ଆସାମୀକୁ ସେଠାରେ ଥିବା ଲୋକ କାବୁ କରି ପୋଲିସର ଜିମାା ଦେବାସହ ଏକ ଲିଖିତ ଅଭିଯୋଗ କରିଥିଲେ । ଫୁଲବାଣୀ ଆଦର୍ଶ ଥାନା ପୋଲିସ ଏକ ମାମଲା ୩୨୯/୨୦୨୩ ରୁଜୁ କରି ପ୍ରମୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁ ଏପିପି ଶିବପ୍ରସାଦ ତ୍ରିପାଠୀ ପରିଚାଳନା କରିଥିଲେ।