
ଡେହରାଡୁନ– ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ସକାଳେ ସପରିବାରେ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ଏଥି ସହିତ ସେ ଦେଶର ସୁଖ, ସମୃଦ୍ଧି ନିମନ୍ତେ ବାବାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏବଂ ବାବାଙ୍କ ଆର୍ଶିବାଦ ନେଇଛନ୍ତି ।
ସକାଳ ୮ଟା ୫ ମିନିଟ୍ ସମୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହେଲିକପ୍ଟର କେଦାରନାଥ ହେଲିପ୍ୟାଡରେ ଅବତରଣ କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ପରିବାର ସହିତ ଯାଇ ବାବା କେଦାରନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । କେଦାରନାଥରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସର ଓ ଆଖପାଖର ଘାଟିରେ ବ୍ୟାପିଥିବା ହିମାଳୟୀ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ ଉଠାଇଥିଲେ । ବରଫଆଚ୍ଛାଦିତ ପର୍ବତରେ ଘେରି ରହିଥିବା ଏହି ତୀର୍ଥସ୍ଥଳର ଦିବ୍ୟତା ଓ ଭବ୍ୟତା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଅଭିଭୂତ କରିଥିଲା ।