
ନୂଆଦିଲ୍ଲୀ– ଦୁଇ ଦିନିଆ ଗୋଆ ଯାତ୍ରାରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଆଇଏନଏସ ବିକ୍ରାନ୍ତରେ ସବାର ଭାରତର ବାହାଦୂର ନୌସୈନିକ ମାନଙ୍କ ସହିତ କଥା ହେବା ସହିତ ସେମାନଙ୍କର ସାହାସ ବଢାଇଛନ୍ତି । ସେ କହିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ରର ସମୁଦ୍ର ସୀମାର ସୁରକ୍ଷା ଆପଣମାନଙ୍କର ମଜବୁତ ହାତରେ ରହିଛି, ସେତେବେଳ ପର୍ଯ୍ୟନ୍ତ ଭାରତକୁ କେହି ତେରଛା ଚାହାଣିରେ ଦେଖିପାରିବ ନାହିଁ । ସେ ପ୍ରଥମ ଥର ପାଇଁ ଖୁଲାସା କରିଥିଲେ ଯେ, ଭାରତ ପାକିସ୍ତାନ ବିରୁଦ୍ଧରେ ଚଳାଇଥିବା ଅପରେସନ ସିନ୍ଦୁର ନିଜ ସର୍ତରେ ରୋକିଛି, କାହାରି ଚାପରେ ନୁହେଁ । ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନା କେବଳ ଆତଙ୍କବାଦୀ ନୁହେଁ ବରଂ ସେମାନଙ୍କୁ ପାଳନ -ପୋଷଣ କରୁଥିବା ପୃଷ୍ଠପୋଷକମାନଙ୍କୁ ମଧ୍ୟ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଭାରତ ଏବେ ସହିବ ନାହିଁ, ବରଂ ଏବେ ସିଧା ଜବାବ ଦେଉଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଶସ୍ତ୍ର ବଳକୁ ଅପରେସନ ସିନ୍ଦୁରର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ନିମନ୍ତେ ଆମେ ପ୍ରାୟ କିଛି ସମୟରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଓ ତାର ଉଦ୍ଦେଶ୍ୟକୁ ଧ୍ୱସ୍ତ କରି ଦେଇଛୁ । ଆମର ପ୍ରହାର ଏତେ ଜୋରଦାର୍ ଥିଲା ଯେ, ପାକିସ୍ତାନ ସାରା ବିଶ୍ୱକୁ ଭାରତକୁ ରୋକିବା ନେଇ ଗୁହାରି କରିବାରେ ଲାଗିପଡିଥିଲା । ଶେଷରେ ଆମେ ଆମ ସର୍ତରେ ଆମର ସୈନ୍ୟ ଆକ୍ସନକୁ ରୋକିଛୁ । ଏହି ସମଗ୍ର ଇଂଟିଗ୍ରେଟେଡ ଅପରେସନରେ ନୌସେନାର ଭୂମିକା ଗୌରବଶାଳୀ ରହିଛି ।