-
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ସୈଦ୍ଧାନ୍ତିକ ରୁପେ ଦିଆଗଲା ଅନୁମୋଦନ
ନୂଆଦିଲ୍ଲୀ – ମହାରାଷ୍ଟ୍ରର ବଧାବନ ଠାରେ ଏକ ନୂଆ ପ୍ରମୁଖ ବନ୍ଦର ସ୍ଥାପନା କରା ଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକରେ ଏହି ବନ୍ଦର ନିର୍ମାଣକୁ ପାଇଁ ସୈଦ୍ଧାନ୍ତିକ ଅନୁମୋଦନ ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପରେ ୬୫,୫୪୪.୬୫ କୋଟି ଟଙ୍କା ଖର୍ଚ ହେବାର ସମ୍ଭାବନା ରହିଛି । ଏହି ବନ୍ଦର ଭୂସ୍ୱାମିତ୍ୱ ମଡେଲରେ ବିକଶିତ କରା ଯିବ । ଜବାହର ଲାଲ ନେହରୁ ପୋର୍ଟ ସହିତ ଏକ ଶୀର୍ଷ ଭାଗିଦାର ଭାବେ ଏକ ସ୍ପେଶାଲ ପର୍ପଜ ଭେହିକଲ( ଏସପିଭି) ସ୍ଥାପିତ କରା ଯିବ । ଜିଏନପିଟି ଏହି ପ୍ରକଳ୍ପକୁ ଲାଗୁ କରିବାକୁ ଇକ୍ୱିଟି ଭାଗିଦାରୀରେ ୫୦ ପ୍ରତିଶତ ବା ତା ଠାରୁ ଅଧିକ ରହିବ ।