
ଜୟପୁର– ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ଚମ୍ପଟ ମାରିଛି ।
ସୂଚନା ଅନୁଯାଇ, ଜୟପୁର ଏଲଆଇସି କୋଲନିର ଶିବ ଟାକରି (୫୬) ଦେଶି ମଦ ଚାଲାଣ କରୁଥିବା ବେଳେ ଗଡପଦର ଠାରେ ଚଢଉ ହୋଇଥିଲା । ଚଢଉ କରି ୨୨ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି । ସେହିପରି ଜୟପୁର ଅବକାରି ଥାନା ପେଟ୍ରୋଲିଂ କରୁଥିବା ବେଳେ ରଣ୍ଡାପାଲ୍ଲିରେ ଚଢଉ କରିଥିଲା । ଏକ ବାଇକ ରେ ଦେଶି ମଦ ଚାଲାଣ ହେଉଥିବା ବେଳେ ଚଢଉ କରିଥିଲା । ଅବକାରି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଦେଖି ବାଇକ ଓ ଦେଶି ମଦକୁ ଛାଡି ଚାଲାଣକାରୀ ଚମ୍ପଟ ମାରିଥିଲା । ଅବକାରି ବିଭାଗ ନମ୍ବର ବିହିନ ବାଇକ ସହ ୭୦ ଲିଟର ଦେଶି ମଦ ଜବତ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି ।