
ଜମ୍ମୁ- ଅପରେସନ ସିନ୍ଦୁର ପରେ ପ୍ରଥମ ଥର ଦ୍ୱିଦିବସୀୟ ଗସ୍ତରେ ଆଜି ଜମ୍ମୁ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ଜମ୍ମୁ ବିମାନବନ୍ଦରରେ ପହଂଚିବେ ଶାହ । ସଂନ୍ଧ୍ୟାରେ ସୁରକ୍ଷା ଏଜେନ୍ସୀ ମାନଙ୍କ ସହିତ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ କରିବେ । ରାଜଭବନରେ ରାତ୍ରୀଯାପନ କରିବେ ଏବଂ ଶୁକ୍ରବାର ପୁଂଛ ଯିବେ ।
ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରିୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟ ସଚିବ, ଡିଜିପି ଜମ୍ମୁ-କାଶ୍ମୀର, ସେନା, ସିଆରପିଏଫ, ବିଏସଏଫ ସହିତ ଗୁଇନ୍ଦା ଏଜେନ୍ସୀର ଅଧିକାରୀ ମାନେ ଉପସ୍ଥିତ ରହିବେ ।