
ନୂଆଦିଲ୍ଲୀ– ରାଷ୍ଟ୍ରପତି ଭବନ ମେ ୨୯ ଓ ୩୦ ତାରିଖରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ସାହିତ୍ୟ ଏକାଡେମି (ସଂସ୍କୃତି ମନ୍ତ୍ରଣାଳୟ)ର ସହଯୋଗରେ ଏକ ସାହିତ୍ୟିକ ସମ୍ମିଳନୀର ଆୟୋଜନ କରିବ।
ରାଷ୍ଟ୍ରପତି ସଚିବାଳୟ ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ ୨୯ ତାରିଖରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଓ ସାରା ଦେଶର ସାହିତ୍ୟିକମାନେ ଉପସ୍ଥିତ ଥିବା ଅବସରରେ ସମ୍ମିଳନୀର ଉଦ୍ଘାଟନ କରିବେ।
ଏହି ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟରେ ଅନେକ ଅଧିବେଶନ ହେବ ଓ ଦେବୀ ଅହିଲ୍ୟାବାଇ ହୋଲ୍କରଙ୍କ ଗାଥା ସହିତ ଏହାର ସମାପନ ହେବ। ଏଥିରେ: ‘କବି ସମ୍ମିଳନୀ–ସିଧାସଳଖ ହୃଦୟରୁ’, ‘ଭାରତର ନାରୀବାଦୀ ସାହିତ୍ୟ: ଏକ ନୂଆ ଦିଗ’, ‘ସାହିତ୍ୟରେ ପରିବର୍ତ୍ତନ ବନାମ ପରିବର୍ତ୍ତନର ସାହିତ୍ୟ’, ଏବଂ ‘ବିଶ୍ୱ ପରିପ୍ରେକ୍ଷିରେ ଭାରତୀୟ ସାହିତ୍ୟର ନୂଆ ଦିଗ ପରି ଅଧିବେଶନ ରହିବ’।