
-ଖୋର୍ଦ୍ଧାରୋଡ଼ ଠାରେ କର୍ତବ୍ୟରତ ଟ୍ରେନ ଗାର୍ଡଙ୍କ ଆକସ୍ମିକ ଦେହାନ୍ତ I
-ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପକ୍ଷରୁ ମୃତ ଗାର୍ଡଙ୍କ ପରିବାର ବର୍ଗଙ୍କ ସୁବିଧା ପାଇଁ ଖୁବ କମ ସମୟ ମଧ୍ୟରେ ସମସ୍ତ ପେନସନ ଓ ଅନ୍ୟାନ ପାଉଣା ପ୍ରଦାନକୁ ଏକ ଆହ୍ୱାନ ଥିଲାI
-ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ଫାଇନାନ୍ସ ଓ ପର୍ସନେଲ ବିଭାଗର କର୍ମଚାରୀମାନଙ୍କ ଅନବରତ ପରିଶ୍ରମ ଯୋଗୁଁ ୪୮ ଘଣ୍ଟା ମଧ୍ୟରେ ମୃତ କର୍ମଚାରୀଙ୍କ ପରିବାରକୁ ପେନସନ ଓ ଅନ୍ୟାନ ପାଉଣା ପ୍ରଦାନ I
-କର୍ମଚାରୀ କଲ୍ୟାଣ ପାଇଁ ସବୁ ସ୍ତରରୁ ସ୍ୱାଗତ କରାଯାଇଅଛି I କର୍ମଚାରୀମାନଙ୍କୁ ପେନସନ ସହିତ ଅନ୍ୟାନ ପାଉଣା ପ୍ରଦାନ କରିବା କ୍ଷେତ୍ରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଏହି ପଦକ୍ଷେପ ଭାରତ ବର୍ଷରେ ଏକ ଉଦାହରଣ ସୃଷ୍ଟି କରିବ I
– ଗତ ଜାନୁୟାରୀ ମାସ ୨୮ ତାରିଖ ଦିନ କର୍ତବ୍ୟରତ ସମୟରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ଠାରେ ରେଳବାଇ ପଣ୍ୟବାହୀ ଟ୍ରେନର ଗାର୍ଡ ଶ୍ରୀ ପ୍ରଭୁଦତ୍ତ ବେହେରାଙ୍କ ଦେହାନ୍ତ ହେବାପରେ ତାଙ୍କ ପରିବାରବର୍ଗଙ୍କୁ ୪୮ ଘଣ୍ଟା ମଧ୍ୟରେ ପେନସନ ସହିତ ଅନ୍ୟାନ ପାଉଣା ପ୍ରଦାନ ପାଇଁ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ଉଭୟ ଫାଇନାନ୍ସ ଓ ପର୍ସନେଲ ବିଭାଗର କର୍ମଚାରୀମାନଙ୍କ ଅନବରତ ପରିଶ୍ରମ ଯୋଗୁଁ ପାଉଣା ପ୍ରଦାନ ଖୁବ କମ ସମୟ ମଧ୍ୟରେ ସମ୍ଭବପର ହୋଇପାରିଛି ଯାହାକି ଏକ ରେକର୍ଡ ସୃଷ୍ଟି ହୋଇପାରିଛି I
-ସ୍ବର୍ଗତ ଗାର୍ଡ ଶ୍ରୀ ବେହେରା ଗତ ୨୮ ତାରିଖ ଦିନ ଖୋର୍ଦ୍ଧାରୋଡ଼ ଠାରୁ ପଲାସା ପର୍ଯ୍ୟନ୍ତ ଟ୍ରେନରେ ଡ୍ୟୁଟି ଥିଲା I ରାତ୍ରି ୨ଘ.୩୮ମି.ରେ ଟ୍ରେନ ଛାଡିବା ପାଇଁ ସିଗ୍ନାଲ ଦେବାପରେ ଶ୍ରୀ ବେହେରାଙ୍କ ଅକସ୍ମାତ ଦେହଖରାପ ହୋଇଥିଲା ଏବଂ ଟ୍ରେନ ଷ୍ଟାର୍ଟ ହେବାପାଇଁ ଟ୍ରେନ ଚାଳକ ଶ୍ରୀ ବେହେରାଙ୍କ ଠାରୁ କିଛି ସଂକେତ ପାଇନଥିଲେ I ସେଥିପାଇଁ ଟ୍ରେନ ଚାଳକ ସଙ୍ଗେସଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ I ରାତ୍ର ୨ଘ.୫୦ମି.ରେ ଟ୍ରେନ ଗାର୍ଡ ଭ୍ୟାନରେ ଅଚେତ ଅବସ୍ଥାରେ ଶ୍ରୀ ବେହେରାଙ୍କୁ ଠାବ କରାଯାଇଥିଲା ଏବଂ ତୁରନ୍ତ ତାଙ୍କୁ ସେଠାରୁ ରେଳବାଇ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ I
-ଶ୍ରୀ ବେହେରାଙ୍କ ସ୍ତ୍ରୀ, ଦୁଇଟି ପୁଅ ଏବଂ ଗୋଟିଏ ଵିଭାହିତ ଝିଅ ଅଛନ୍ତି I ପରିବାରର ଯେପରି କୌଣସି ଆର୍ଥିକ ଅସୁବିଧା ନହୁଏ ସେଥିପାଇଁ ରେଳବାଇ ପ୍ରଶାସନ ତୁରନ୍ତ ତାଙ୍କ ପରିବାରକୁ ପେନସନ ସହିତ ବକେୟା ପାଉଣା ମାତ୍ର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରିବାକୁ ସ୍ଥିର କରି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ I ଏହି ପଦକ୍ଷେପକୁ ଉଭୟ ଫାଇନାନ୍ସ ଓ ପର୍ସନେଲ ବିଭାଗର କର୍ମଚାରୀମାନେ ଏକ ଆହ୍ୱାନ ଭାବେ ଗ୍ରହଣ କରିବା ସହିତ ଅନବରତ ପରିଶ୍ରମ କରି ଏହି ପାଉଣା ଓ ପେନସନ ପ୍ରଦାନ କରିବା କାର୍ଯ୍ୟକୁ ସଫଳ କରାଇଥିଲେ I
– ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହଙ୍କ ଏଥିପାଇଁ ପୂର୍ଣ୍ଣ ତତ୍ୱାବଧାନ ଓ ସହଯୋଗ ଥିଲା ଯାହା ଫଳରେ ସେଟଲମେଣ୍ଟ କେସ ଖୁବ ଶୀଘ୍ର ସମାଧାନ କରି ପାଉଣା ପ୍ରଦାନ କରିବାପାଇଁ ସରକାରୀ ପ୍ରଣାଳୀ ମାଧ୍ୟମରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ସମାଧାନ କରିପାରିଥିଲେ I କଠିନ ପରିଶ୍ରମର ଫଳ କେବେ ବିଫଳ ହୁଏନାହିଁ I ରେଳବାଇ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସ୍ବର୍ଗତ ବେହେରାଙ୍କ ପରିବାରକୁ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ଦ୍ୱାରା ୩୧ ତାରିଖରେ ସମସ୍ତ ପେନସନ ପୁସ୍ତିକା, ସମସ୍ତ ଦେୟର ପାଉଣା ପ୍ରଦାନ କରାଯାଇଥିଲା I ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପ୍ରଶାସନର ଏହି ସାମାଜିକ ଓ ଉତ୍ତରଦାୟିତ୍ୱ ସମସ୍ତ ରେଳବାଇ କର୍ମଚାରୀମାନଙ୍କ ପାଇଁ ଏକ କଲ୍ୟାଣକାରୀ ସଂଗଠନ ଭାବେ ରେଳବାଇର ବିଶ୍ୱସନୀୟତା ପ୍ରତିପାଦନ କରୁଛି I