
ମାଲକାନଗିରି, ମାଲକାନଗିରି ଜିଲ୍ଲା, ଗୁରାଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୃଷୁୱାଡା ଗ୍ରାମର ବାସିନ୍ଦା ଙ୍କ ତରଫରୁ ଆଜି ସର୍କିଟ୍ ହାଉସ୍ ରେ ଅତିରିକ୍ତ ସଚିବ ଦକ୍ଷିଣା ଞ୍ଚଳ ରାଜସ୍ବ କମିଶନର ରାମେଶ୍ୱର ପ୍ରଧାନ ଙ୍କୁ ସେମାନଙ୍କୁ ଆଞ୍ଚଳିକ ପାରମ୍ପରିକ ବନବାସୀ ର ମାନ୍ୟତା ଦେଇ ଜଙ୍ଘଲ ଜମି ପଟା ପ୍ରଦାନ ପାଇଁ ଏକ ଦାବୀପତ୍ର ଦେଇଛନ୍ତି!ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ବାଲ୍ମୀକି ସମାଜ ମାତୃଭାଷା ତେଲୁଗୁ ଏବଂ ଆଞ୍ଚଳିକ ପାରମ୍ପାରିକ ବନବାସୀ ବାଲ୍ମିକି (ୱାଲମିକି) ଉପଜାତିର ଅନ୍ତର୍ଗତ ଅଟନ୍ତି । ଏଣୁ ଜଙ୍ଗଲ ଓ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ସରକାରଙ୍କ ନିୟମ ମୁତାବକ ସେମାନେ ଦୀର୍ଘ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ପାଇବାକୁ ହକ୍ଦାର ହୋଇଥିଲେ ମଧ୍ୟ ସେଥିରୁ ବଞ୍ଚିତ ଅଛନ୍ତି ।
୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଏହା ପୂର୍ବରୁ ମାଲକାନଗିରି ଅଞ୍ଚଳ ଆନ୍ଧ୍ରପ୍ରଦେଶ ର ବିଶାଖପାଟନାମ ଜିଲ୍ଲା ସହିତ ମିଶିକରି ରହିଥିଲା । ୧୯୩୬ ମସିହା ପରେ ସେମାନଙ୍କର ବଂଶଧର ମାନେ କେତେକ ଆନ୍ଧ୍ରପ୍ରଦେଶ ରେ ରହିଲେ ।
ସେମାନଙ୍କମଧ୍ୟରୁ ପ୍ରାୟ ୩୫ ଟି ଗ୍ରାମ ଓଡ଼ିଶା ରେ ରହିଗଲା ।୧୯୫୮ ମସିହାରେ ସର୍ଭେ ଏବଂ ଜମି ବନ୍ଦୋବସ୍ତ ପ୍ରକ୍ରିୟା ମାଲକାନଗିରି ରେ ଆରମ୍ଭ ହୋଇଥିଲା । ସେହି ସମୟରେ ସେମାନଙ୍କ ପୂର୍ବ ପୁରୁଷ ଓଡ଼ିଆ ଭାଷା ବୁଝି ପାରୁନଥିଲେ । ଏହି ପରିସ୍ଥିତି ରେ ସର୍ବେ ଏବଂ ବନ୍ଦୋବସ୍ତ ପରେ ୧୯୬୧ ମସିହାରେ ସେମାନଙ୍କୁ ସମ୍ପ୍ରଦାୟର ୩୩ଟି ଖାତା ଦିଆଯାଇଛି । ଯେଉଁଥିରେ ସେମାନଙ୍କ ଉପଜାତି “ୱାଲମିକି” ପରିବର୍ତ୍ତେ “ଡମ୍ବ” ଲେଖାହୋଇଅଛି ।ପୂର୍ବରୁ ଏହି ମାଲକାନଗିରି ଜିଲ୍ଲା ପାହାଡ, ପର୍ବତ , ବଣ ଓ ଜଙ୍ଗଲ ରେ ପରିପୂର୍ଣ୍ଣ ଥିଲା । ୧୯୬୪ ମସିହାରେ ବଂଗୀୟ ସରଣାର୍ଥୀ ମାନଙ୍କୁ ଏଠାରେ ଥଇଥାନ ପରେ ମାଲକାନଗିରି ଜିଲ୍ଲାର ରୂପରେଖାରେ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା ।
ମାଲକାନଗିରି ଠାରୁ ମୋଟୁ ଓ ଚିତ୍ରକୋଣ୍ଡା ଠାରୁ ପଡିଆ ମଧ୍ୟଭାଗରେ କେଉଁ ଆଦିମ କାଳରୁ ସେମାନଙ୍କ ସଂପ୍ରଦାୟ ଏଠାରେ ବସବାସ କରି ଆସୁଅଛନ୍ତି । ଏପରି କି ପ୍ରଣାମ ମିଳେ ୧୯୨୩ ମସିହା ମାଦ୍ରାଜ ସର୍ଭେ ଓ ବାଉଣ୍ଡ୍ରି ଆକ୍ଟ୍ – ୯ (୨) ଧାରା ଅନୁଯାଇ ସେମାନଙ୍କ ସମ୍ପ୍ରଦାୟର ଲୋକ ମାନଙ୍କୁ ( ପୁର୍ବପୁରୁଷ) ଦିଆଯାଇଥିବା ନୋଟିସ୍ ବର୍ତ୍ତମାନ ସୁଦ୍ଧା କେତେକଙ୍କ ପାଖରେ ମହଜୁଦ ଅଛି ।
କୃଷୁୱାଡା ଗ୍ରାମ ପ୍ରାୟ ୧୨୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା ଜଣାଯାଏ । ଏହା ପୂର୍ବରୁ ଏହା ଗୁରାଖୁଣ୍ଟା ଗ୍ରାମ ଥିଲା । ଗୁରାଖୁଣ୍ଟା ଗ୍ରାମଟି ଖୁବ ବଡ଼ ଥିଲା । ସେମାନଙ୍କ ପୂର୍ବପୁରୁଷ ଏହି ଗ୍ରାମର ନାମକରଣ କରିଥିବା ଜଣାଯାଏ । “ଗୁରା”ର ଅର୍ଥ ଓଡ଼ିଆ ରେ “ଗୟଳ”, “ଖୁଣ୍ଟା” ର ଅର୍ଥ ଓଡ଼ିଆ ରେ “କିଆରି” ଅଟେ । “ଗୁରାଖୁଣ୍ଟା” ଏକ ତେଲୁଗୁ ଶବ୍ଦ ଯାହାର ଅର୍ଥ ଅନୁସାରେ ଗ୍ରାମଟି ନାମ କରଣ କରାଯାଇଥିଲା । ସେଠାରେ (କିଆରି ) ଗୟଳ ପରି ଦିଶୁଥିବା ଏକ ବିରାଟ ପଥର ଏବେ ମଧ୍ୟ ଅଛି ।
ମାଲକାନଗିରି ଠାରୁ ମୋଟୁ ଓ ଚିତ୍ରକୋଣ୍ଡା ଠାରୁ ପଡିଆ ପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳକୁ ଶାସନର ସୁବିଧା ଯୋଗୁଁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଉଥିଲା । ସେହି ପୂରାତନ କାଳରେ ଏହି ଭାଗ ବା ଅଞ୍ଚଳକୁ ତେଲୁଗୁ ରେ ମୁଟା କୁହନ୍ତି । ସେହି ମୁଟା ନାମରେ (୧) ପନ୍ଧଲେ ମୁଟା (ମାରିୱାଡା) (୨) କୋରୁକୋଣ୍ଡା ମୁଟା , (୩) ଆଲୁର ମୁଟା, (୪) ଭେଜାଙ୍ଗିୱାଡା ମୁଟା (୫) ପଡିଆ ମୁଟା ମାନରେ ପାଇଛନ୍ତି ଓ ଏଠାକାର ଅଧିକାରିଙ୍କୁ ମୁଟାଧାରୀ କହୁଥିଲେ ।
ମାଲକାନଗିରି ଅଞ୍ଚଳର ପ୍ରାୟ ସମସ୍ତ ପୂରାତନ ଗ୍ରାମ ଗୁଡିକର ନାମକରଣ କୁ ଲକ୍ଷ୍ୟ କଲେ , ତେଲୁଗୁ ସମ୍ପ୍ରଦାୟର ପୂର୍ବ ପୁରୁଷ ମାନେ ଏହାର ନାମକରଣ କରିଥିବା ପ୍ରତ୍ୟେକ୍ଷ ଜଣାପଡେ । ଏଣୁ ସେମାନେ ସେମାନଙ୍କ ପିତା , ପରପିତା କାଳରୁ ଏଠାରେ ଏହି ବଣ, ଜଙ୍ଗଲ, ପାହାଡ , ପର୍ବତ ମଧ୍ୟରେ ବସବାସ କରି ଆସୁଥିବା ର କୌଣସି ପ୍ରକାର ଅବିଶ୍ୱାସ କରାଯାଇପାରିବ ନାହିଁ ।ଏହାର ସତ୍ୟା ସତ୍ୟ ଅନୁଧାନ ପୂର୍ବକ, ସେମାନଙ୍କୁ “ଆଞ୍ଚଳିକ ପାରମ୍ପାରିକ ବନବାସୀ” ର ମାନ୍ୟତା ଦେଇ ସେମାନଙ୍କ ଭୋଗ ଦଖଲରେ ଥିବା ଜଙ୍ଗଲ , ଜମି , ପଟ୍ଟା ପ୍ରଦାନ କରାଗଲେ ଦଶହଜାରରୁ ଅଧିକ ଲୋକ ଉପକୃତ ହେବେ ।