
ମାଲକାନଗିରି – ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଏମୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଆଜି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ହୋଇନଥିବାରୁ ରାଜ୍ୟ ରେ ଦିନକୁ ଦିନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇ ଚାଲିଛି। ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ତୁରନ୍ତ କରିବା ଦାବି ନେଇ ଆଜି ମାଲକାନଗିରି ଜିଲ୍ଲା ଏମୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ସମ୍ବାଦ ସଂଗ୍ରହ ଓ ପରିବେଷଣ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢି ଚାଲିଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥପାଲ୍ଲି ର ଜଣେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କ ହାତ ଗୋଡ଼ ବାନ୍ଧି ଗୋଇଠା ସହ ମରଣାନ୍ତକ ଆକ୍ରମଣ ଓ ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣା କୁ ରାଜ୍ୟର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଘୋର ପ୍ରତିବାଦ ସହ ନିନ୍ଦା କରି ଆନ୍ଦୋଳନ କରିଥିଲେ। ଏହି ଘଟଣା ରେ ଅଭିଯୁକ୍ତ ମାନଙ୍କ ବିରୋଧ ରେ ଉପଯୁକ୍ତ ପ୍ରମାଣ ଥାଇ ମଧ୍ୟ ଦୀର୍ଘ ୩ ଦିନ ପରେ ବହୁ ବିଳମ୍ବରେ ପୋଲିସ ଗିରଫ କରିଛି। ଏପରି ଘଟଣା ଆଗାମୀ ଦିନରେ ଯେପରି ନ ଘଟେ ସେଥିପ୍ରତି ସରକାର ଦୃଷ୍ଟି ଦେବା ସହ ରାଜ୍ୟରେ ‘ସାମ୍ବାଦିକ ସୁରକ୍ଷା ଆଇନ’ ତୁରନ୍ତ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଆଜିର ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲ୍ଲା ଏମୟୁଜେ ସାମ୍ବାଦିକ ସଂଘ ସଭାପତି ଦେବ ପ୍ରସାଦ ଦାଶ, ସମ୍ପାଦକ ସତ୍ୟ ନାରାୟଣ ପଣ୍ଡା, ଅସୀମ ବିଶ୍ୱାସ, ରିବେଲ ପ୍ରକାଶ, ବିକ୍ରମ କେଶରୀ ପାଢ଼ୀ, ଏ ଈଶ୍ୱର ରାଓ, ଅରୁଣ ପାତ୍ର,ଗୋବିନ୍ଦ ମଣ୍ଡଳ, ଶିବୁ କୀର୍ତ୍ତନିୟା, ଦୁଃଶାସନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।