
ଚଣ୍ଡିଗଡ-ପଞ୍ଜାବରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ସମସ୍ତ ହସ୍ପିଟାଲରେ ଆବଶ୍ୟକୀୟ ବ୍ୟବସ୍ଥା କରିବା ସହିତ ଟେଷ୍ଟିଂ ମଧ୍ୟ ବଢ଼ାଯାଇଛି। ଏହି ମଧ୍ୟରେ ବୁଧବାର ଚଣ୍ଡିଗଡରେ କୋଭିଡ୍ ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କୋଭିଡ୍ ତୃତୀୟ ଲହରୀରେ ପଞ୍ଜାବରେ ଏହା ପ୍ରଥମ ମୃତ୍ୟୁ।
ଜଣାପଡ଼ିଛି ଯେ ଉତ୍ତର ପ୍ରଦେଶର ଫିରୋଜାବାଦର ବାସିନ୍ଦା 40 ବର୍ଷୀୟ ରାଜକୁମାର କିଛି ଦିନ ପୂର୍ବରୁ ଲୁଧିଆନାକୁ ଆସିଥିଲେ। ତାଙ୍କୁ ଜ୍ୱର ଆସିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଲୁଧିଆନାରୁ ଚଣ୍ଡିଗଡ୍ ସେକ୍ଟର 32 ଥିବା ମେଡିକାଲ୍ କଲେଜକୁ ରେଫର କରାଯାଇଥିଲା। ତିନି ଦିନ ଧରି ସେ ଶ୍ୱାସନେବାରେ କଷ୍ଟ ଅନୁଭବ କରୁଥିଲେ। ଏଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରଙ୍କ ମୃତ୍ୟୁ ଘଟିଛି। ମେଡିକାଲ୍ କଲେଜ ପ୍ରଶାସନ ରାଜକୁମାରଙ୍କର ମୃତ୍ୟୁ କୋଭିଡ୍ ଯୋଗୁ ଘଟିଥିବା ସ୍ପଷ୍ଟ କରିଛି। କୋଭିଡ୍ ତୃତୀୟ ଲହରୀ ସମୟରେ ପଞ୍ଜାବରେ ଏହି ପ୍ରଥମ ମୃତ୍ୟୁ ଅଟେ।