ଭୁବନେଶ୍ୱର– ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ବୁଧବାର ଦିନ ମିଳିତ ଓକିଲ ସଂଘର ଆହ୍ୱାନ କ୍ରମେ ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ସଂଗଠନ ମାନେ ସମର୍ଥନ ଦେଉଛନ୍ତି । ଏହାଦ୍ୱାରା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଜଣା ପଡିଛି ।
ବନ୍ଦ କାରଣରୁ ସମ୍ବଲପୁର, ବଲାଙ୍ଗୀର, ବରଗଡ. ବୌଦ୍ଧ ଓ ଝାରସୁଗୁଡା, ସୁବର୍ଣପୁର ପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛିା ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଯାତାୟାତ ବ୍ୟବସ୍ଥା ବନ୍ଦ ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡିଛି ।
ବୁଧବାର ସକାଳୁ ହିଁ ଏହାର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳଥିଲା । ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଅ ।ନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଂଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ । ବନ୍ଦକୁ ସଫଳ କରିବା ପାଇଁ ବନ୍ଦ ସମର୍ଥକ ମାନେ ପଶ୍ଚିମ ଓଡିଶାର ବିଭିନ୍ନ ସହରର ଛକ ମାନଙ୍କରେ ପିକେଟିଂ କରୁଥିବା ଦେଖା ଯାଇଛି ।
ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଝାରସୁଗୁଡ଼ାରେ ମଧ୍ୟ ୧୨ ଘଂଟିିଅ । ବନ୍ଦ ପାଳନ କରାଯାଇଛି । ଓକିଲ ସଂଘର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତା ସମର୍ଥନ କରିଥିବା ଆ ନ୍ଦୋଳକାରୀ ମାନେ କହିଛନ୍ତି ।