ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେଉଛି ।
ପାଣିପାଗ ପକ୍ଷରୁ କରା ଯାଇଥିବା ପୂର୍ବାନୁମାନ ଅନୁସାରେ ପୁଣି ପାଗରେ ପରିବର୍ତନ ଆସିବ । ବର୍ଷା, ଶୀତ ପରେ ପୁଣି ପାଗ କୋହଲା ରହିବ । ପାଣିପାଗ ବିଭାଗର ସୂଚନା ଆ ସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବୟ ଉପକୂଳ ଓ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ନୟାଗଡ଼, କଟକ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ୯ ତାରିଖ ଯାଏ ଏପରି ସ୍ଥିତି ରହିବ । ତେବେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ଆକାଶ ମେଘାଛନ୍ନ ହୋଇଥିବାରୁ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ଆଗାମୀ ୯ ତାରିଖ ପର ଠାରୁ ମେଘ ଅପସରି ଗଲେ ତାପମାତ୍ରା ୧-୨ ଡିଗ୍ରୀ କମିବ ବୋଲି ସେ କହିଛନ୍ତି ।