
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଅଞ୍ଚଳରେ ଅପରାଧୀଗ୍ୟାଙ୍ଗ ସକ୍ରିୟ ରହିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଠିକରେ ହେଉନଥିବାରୁ ଅପରାଧୀ ଗ୍ୟାଙ୍ଗ ଦିନକୁ ଦିନ ତାଙ୍କର କାୟାବିସ୍ତାର କରୁଛନ୍ତି । ଗତ ଜାନୁୟାରୀ ୩୧ ତାରିଖରେ ପୁଇଁତଳା ଥାନା ଅନ୍ତର୍ଗତ ଭୁର୍ସିପାଲି ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ରଂଜନ ସ୍ୱାଇଁ ତାର ଗ୍ୟାଙ୍ଗ ସହ ସାତମାଇଲ କଦଳିପାଲି ଭାୟା ବରଗାଁ ରାସ୍ତାରେ ପ୍ରାୟ ୪ଜଣଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇ ଖଣ୍ଡାରେ ହାଣିଥିଲା ଓ ଲୁଟତରାଜ କରି ଥିଲା । ଏପରିକି ଘଟଣାର ଖବରପାଇ ସୋନପୁର ଜିଲ୍ଲାର ମେଣ୍ଡାଫାଣ୍ଡି ଅଧିକାରୀ ଆସଥିବା ବେଳେ ତାଙ୍କ ଟିମଙ୍କୁ ମଧ୍ୟ ମାରଣାସ୍ତ୍ର ଧରି ରଂଜନ ଗୋଡାଇଥିଲା। ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଓ ସୋନପୁର ଜିଲ୍ଲାର ତରଭାଥାନାରେ ପୃଥକପୃଥକ ଦୁଇଟି ମାମଲା ରଜୁ ହୋଇ ଥିଲା। ଉଭୟ ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ସେହି ଗ୍ୟାଙ୍ଗର ମୁଖ୍ୟ ରଂଜନ ସ୍ୱାଇଁ କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନାହିଁ । ରଂଜନ ଭୁର୍ସିପାଲି ଗାଁରେ ତଥା ଆଖପାଖ ଅଞ୍ଚଳରେ ବୁଲାବୁଲି କରୁ ଥିବା ସ୍ଥାନୀୟ ଲୋକେ ଦେଖୁଛନ୍ତି । ଏକ ବୁଲେଟରେ ଖଣ୍ଡାଧରି ଜଣେ ଅପରାଧି ଖୁଲମଖୁଲ୍ଲା ବୁଲୁଛି କିନ୍ତୁ ପୋଲିସ ତାକୁ ଧରୁନାହିଁ । ରଂଜନ ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଏବେ ସଂଗୀନ ଦଫାରେ ମାମଲା ଚାଲିଛି । କିନ୍ତୁ ପୋଲିସ କିଛି ମଧ୍ୟ ପଦକ୍ଷେପ ନେଉନାହିଁ। ଶୁଣାଯାଉଛି ଯେ, ରଂଜନ ସ୍ୱାଇଁର ପଲିଟିକାଲ୍ ଲିଙ୍କ ରହିଥିବା ତଥା ପୁଇଁତଳା ଥାନା ଅଞ୍ଚଳର ବେଆଇନ ମଦବ୍ୟବସାୟ ସହିତ ସମ୍ପୃକ୍ତ ରହିଥିବାରୁ ପୋଲିସ ତାକୁ ଗିରଫ କରୁନାହିଁ । ପୋଲିସକୁ ସ୍ଥାନୀୟ ଜଣେ ବ୍ଲକସ୍ତରୀୟ ନେତାଙ୍କ ଚାପ ଓ ନିଶା କାରବାର ଲିଙ୍କ କାରଣରୁ ପୋଲିସର ମଧ୍ୟ ଭିତିରି ବୁଝାମଣା ରହିଛି । ସେହି କାରଣରୁ ପୋଲିସ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ରଂଜନ ଗ୍ୟାଙ୍ଗ ପୁଇଁତଳା ବ୍ଲକରେ ହେଉଥିବା କାମଗୁଡିକୁ ଡିଲ କରିବା ସହ ଗଜେନ୍ଦ୍ର ଦଳେଇ ଭଳି ଠିକଦାରଙ୍କ ଜରିଆରେ କାମ କରାଇ ଅର୍ଥ ରୋଜଗାର କରୁଛନ୍ତି । ପୁଇଁତଳା ଥାନା ଅନ୍ତର୍ଗତ ରୁଗୁଡିଆସର ଛକ ଓ ସାଇତମାଇଲଛକର ଏକ ଢାବାକୁ ମଦ ଯୋଗାଣରେ ମଧ୍ୟ ରଂଜନ ଗ୍ୟାଙ୍ଗ କାମ କରୁଛି ଓ ପୋଲିସ ସେଠାରୁ ମାସିକିଆ ବଟି ପାଉଛି । ସେହି କାରଣରୁ ରଂଜନକୁ ପୋଲିସ ହାତ ମାରୁନାହିଁ ବୋଲି ଅଭିଯୋଗ ହେଉଛି । ପୋଲିସର ଏଭଳି କାର୍ଯ୍ୟାକଳାପ ଯୋଗୁଁ ଅପରାଧିଗ୍ୟାଙ୍ଗ ସକ୍ରିୟ ହୋଇପଡିଛନ୍ତି । ଗତ ୪ଦିନ ତଳେ କୁଲଥିପାଲିରେ ଜଣେ କାର୍ଯ୍ୟରତ ସାମ୍ବାଦିକ ବିଜୟ ପଧାନଙ୍କୁ କଙ୍ଗାରୁ କୋର୍ଟରେ ଗଜେନ୍ଦ୍ର ଦଳେଇର ଗୁଣ୍ଡାମାନେ ମାଡମାରି ଲହୁଲୁହାଣ କରିଦେଇଛନ୍ତି । ତେବେ ଏନେଇ ପୁଇଁତଳା ଆଇଆଇସି ଅନୀତା ପଧାନଙ୍କୁ ପଚାରିବାରୁ ଅମେ ଅନେକଥର ରଂଜନକୁ ଧରିବାକୁ ଚଢାଉ କରିଛୁ କିନ୍ତୁ ସେ ଫେରାର ହୋଇ ଯାଉଛି ବୋଲି କହିଛନ୍ତି । ତେବେ ଏସପି ଅଭିଲାଷ ଜୀଙ୍କୁ ପଚାରିବାରୁ ଖୁବଶୀଘ୍ର ଅପରାଧୀ ଙ୍କୁ ଧରାଯିବ ବୋଲି କହିଛନ୍ତି ।