
ଗଞାମ– ପୋଲସରା ଥାନା ମଥୁରାରୁ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ପୁଲିସ ପୁରୀ ଜିଲା ପିପିଲିରୁ ଉଦ୍ଧାର କରିଥିବା ପୋଲସରା ଥାନା ଅଧିକାରୀ କୈ।ଶିକ ମାଝି ସୂଚନା ଦେଇଛନ୍ତି। ଗତ୨୨ ତାରିଖରେ କାହ୍ନୁଚରଣ ସାହୁଙ୍କ ଘର ସମ୍ମୁଖରେ ଥିବା ଟ୍ରାକ୍ଟରଟି ବିଳମ୍ବିତ ରାତ୍ରରେ ଚୋରୀ ହୋଇଥିଲା।ଏନେଇ ୩୬୨/୨୫ରେ ଏକ ମାମଲା ଥାନାରେ ରୁଜ୍ଜୁ ହୋଇ ଜିଲା ଓ ଜିଲା ଵାହାରେ ତଦନ୍ତ ହୋଇଥିଲା । ଏ ପର୍ଯ୍ୟନ୍ତ ଚୋରୀ କରିଥିବା ଵ୍ଯକ୍ତିର ସନ୍ଧାନ ମିଳିନାହିଁ।