
ଭୁବନେଶ୍ୱର-” ବଡ ଖବର” ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନଙ୍କୁ ଯେଉଁଭଳି ଭାବେ ସ୍ପଷ୍ଟ ଦିବାଲୋକରେ କଙ୍ଗାରୁ କୋର୍ଟରେ ହାତ ଗୋଡ ବାନ୍ଧି ମରଣାନ୍ତକ ଆକ୍ରମଣ କରାଗଲା ଏହା ଅତ୍ୟନ୍ତ ଦୁଃଖ, ପରିତାପ ଓ ଲଜ୍ଜ୍ୟାଜନକ ଘଟଣା । ସାମ୍ବାଦିକଙ୍କୁ ଆକ୍ରମଣ ନୁହେଁ ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ସାମ୍ବାଦିକତା ଉପରେ ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଦ୍ୟାବଧି ଫେରାର ଅଛି । ଏଭଳି ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ଠିକାଦାରକୁ ଅବିଳମ୍ବେ ଗିରଫ କରି ସବୁଦିନ ପାଇଁ ତାଙ୍କ ଠିକାଦାରୀ ଲାଇସେନ୍ସ ବାତିଲ କରିବା ସହିତ ସାମ୍ବାଦିକ ମନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଭୁବନ ସାମ୍ବାଦିକ ସଂଘ ଦାବି କରିଛି ।
ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦଙ୍କ ନେତୃତ୍ଵରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ, ରବୀନ ଦାସ, ଦେବାନନ୍ଦ ସାହୁ, ମନୋଜ କୁମାର ପୋଥାଳ, ସଞ୍ଜୟ ନାୟକ, କମଳ ଲୋଚନ ମହାରଣା, ନିରଞ୍ଜନ ଗୁରୁ, ଚିତ୍ତ ରଞ୍ଜନ ମିଶ୍ର, ମାତାଜି ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଭୁବନ ଥାନା ଆଇଆଇସି ଧୀରେନ୍ଦ୍ର ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।