ଭୁୁବନେଶ୍ୱର- ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଜଣେ କରୋନା ସନ୍ଦିଗ୍ଧ କଟକର ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିବା ଜଣା ପଡିଛି । ସେ ହଂକଂରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । ସେ କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ ।
ବର୍ତମାନ ସୁଦ୍ଧା ରାଜ୍ୟରୁ ଏ ସମ୍ପର୍କିତ କରୋନା ସଂଦିଗ୍ଧ ମାନଙ୍କର ଛଅଟି ନମୁନା ପରୀକ୍ଷା ପାଇଁ ପୁଣେ ପଠା ଯାଇଥିଲା । ତେବେ ଏଥିରୁ ପାଂଚଟି ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡିିଛି ।