
ଚଣ୍ଡୀଗଢ -ହରିୟାଣାର ପଞ୍ଚକୁଳାରେ ଉତ୍ତରାଖଣ୍ଡର ଡେରାଡୁନର ବ୍ୟବସାୟୀ ପ୍ରବୀଣ ମିତ୍ତଲ ତାଙ୍କ ପରିବାରର ଅନ୍ୟ ଛଅ ସଦସ୍ୟଙ୍କ ସହିତ ଆତ୍ମହତ୍ୟା କରିଛନ୍ତି।ପୋଲିସ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି।ଏହି ପରିବାର କିଛି ଦିନ ଧରି ପଞ୍ଚକୁଳାରେ ଭଡାଘରେ ରହୁଥିଲେ।ଆତ୍ମହତ୍ୟାର କାରଣ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି।ପ୍ରବୀଣ ମିତ୍ତଲ ଡେରାଡୁନରେ ଟୁର ଆଣ୍ଡ ଟ୍ରେବଲର କାମ କରୁଥିଲେ।ଏହି ବ୍ୟବସାୟରେ ସେ କ୍ରମାଗତ କ୍ଷତି ସହୁଥିଲେ। ଏହି କାରଣରୁ ପୁରା ପରିବାର ଚିନ୍ତିତ ଥିଲେ।କୁହାଯାଏ ଯେ ପ୍ରବୀଣ ମିତ୍ତଲ ପରିବାର ସଦସ୍ୟଙ୍କ ସହିତ ସୋମବାର ରାତିରେ ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କଥା ଶୁଣିଥିଲେ।ରାତି ପ୍ରାୟ 11ସମୟରେ ଫେରୁଥିବା ସମୟରେ ସେକ୍ଟର 27 ନିକଟରେ ପରିବାର ଗାଡିରେ ବିଷପିଇ ଦେଇଥିଲେ।କିଛି ପଥଚାରୀ ପୋଲିସ ରାସ୍ତା କଡରେ ଏକ ଗାଡି ପାର୍କିଂ ହୋଇଥିବା ସୁଚନା ଦେଇଥିଲେ।