
ଅହମ୍ମଦାବାଦ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଦୁଇଦିନିଆ ଗ୍ରସ୍ତରେ ଅଛନ୍ତି।ଆଜି ଅର୍ଥାତ୍ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗ୍ରସ୍ତର ଦ୍ୱିତୀୟ ଦିନ ଗାନ୍ଧୀନଗରରେ ଏକ ବିଶାଳ ରୋଡ ଶୋ କରିଥିଲେ।ପ୍ରଧାନମନ୍ତ୍ରୀ ଅଭିଲେଖାଗାର କାର୍ଯ୍ୟାଳୟରୁ ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 2.5 କିଲୋମିଟର ରୋଡ ଶୋ କରିଥିଲେ।ଏହି ସମୟରେ ତଚାଙ୍କ ସହିତ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ସୀ.ଆର.ପାଟିଲ ମଧ୍ୟ ଉପସ୍ଥିତ ଥିଲେ।ରୋଡ ଶୋ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଅପରେସନ ସିନ୍ଦୁରର ବ୍ୟାନର ଏବଂ ହାତରେ ତ୍ରିରଙ୍ଗା ଧରି ହଜାର ହଜାର ଲୋକ ଏକାଠି ହୋଇଥିଲେ।ଲୋକମାନେ ରାସ୍ତା କଡରେ ଠିଆ ହୋଇ ମୋଦୀ-ମୋଦୀ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାରରୁ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।ଗାନ୍ଧୀନଗରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ।ଲୋକମାନେ ଧୁମଧାମ ଏବଂ ପାରମ୍ପରିକ ପୋଷାକ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଝଲକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ।ପାରମ୍ପରିକ ଲୋକନୃତ୍ୟ ଏବଂ ଦଶଭକ୍ତିର ଗୀତ ରୋଡ ଶୋ କୁ ଆକର୍ଷଣୀୟ କରିଥିଲା।ଯିଏ ଆମ ସହିତ ଧକ୍କା ଖାଇବ ସେ ଖଣ୍ଡ ଖଣ୍ଡ ହୋଇଯିବ,ଏହିପରି ଗୀତ ଲୋକମାନଙ୍କୁ ଉତ୍ସାହରେ ଭରି ଦେଉଥିଲେ।ଖୋଲା ଜିପରେ ପ୍ରଧାନମନ୍ତ୍ରୀ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।