
ବ୍ରହ୍ମପୁର : ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳ ତରଫରୁ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ, ବ୍ରହ୍ମପୁର ଆଇ ଟି ଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଷ୍ଟେଟ ବ୍ୟାଙ୍କ ଷ୍ଟାଫ ଆସୋସିଏସନ ଭୁବନେଶ୍ୱର ମଣ୍ଡଳ ର ସଭାପତି କମ୍ରେଡ ଡଃ ତପନ କୁମାର ପାଳ ଏହି ସଭାରେ ସଭାପତିତ୍ୱ କରିଥିଲେ | ଏହି କାର୍ଯ୍ୟକ୍ରମ କୁ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଷ୍ଟେଟ ବ୍ୟାଙ୍କ ଷ୍ଟାଫ ଫେଡେରେସନର ବରିଷ୍ଠ ଉପ ସଭାପତି କମ୍ରେଡ ଡଃ ଚିତ୍ତରଞ୍ଜନ ପଣ୍ଡା ଉଦଘାଟନ କରିଥିଲେ |
କାର୍ଯ୍ୟକ୍ରମରେ ଅତିଥି ଭାବେ ଷ୍ଟାଫ ଫେଡେରେସନ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ପ୍ରଫୁଲ୍ଲ ପଟ୍ଟନାୟକ, କମ୍ରେଡ ଗଙ୍ଗା ପ୍ରସାଦ ପଟ୍ଟନାୟକ, କମ୍ରେଡ ଡଃ ଦେବରାଜ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଢ଼ୀ, କମ୍ରେଡ ନିର୍ମଳ କୁମାର ପଣ୍ଡା, ପରମାନନ୍ଦ ଦେ, ଲୋହିତ ମହାପାତ୍ର, ଶୁଭେନ୍ଦୁ ତରାଇ, ଭୋଳାନାଥ ମେହେର, ଚନ୍ଦ୍ରଶେଖର ସାହୁ, ତୁଷାର କାନ୍ତ ଦାଶ, ଗୁରୁପଦ ଦାଶ, ତ୍ରିବିକ୍ରମ କର ପ୍ରମୁଖ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦାନ କରିଥିଲେ |
ଭୁବନେଶ୍ୱର ମଣ୍ଡଳ ର ସାଧାରଣ ସମ୍ପାଦକ, ଡଃ ପଣ୍ଡା, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ସାମ୍ପ୍ରତିକ ପରିସ୍ଥିତି, କର୍ମଚାରୀ ଉନ୍ନୟନ ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ବ୍ୟାଙ୍କ ଆଗାମୀ ଦିନରେ ଗ୍ରାହକ ମାନଙ୍କୁ କିପରି ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରି ପାରିବ ତଥା କର୍ମଚାରୀ ମାନେ ଦେଶର ଅର୍ଥନୀତି ଓ ସମାଜ ନିର୍ମାଣ କ୍ଷେତ୍ରରେ କିପରି ନିଜକୁ ସାମିଲ କରିପାରିବେ ସେ ଉପରେ ଆଲୋଚନା କରିଥିଲେ |
ଏହି ସଭାରେ ବ୍ରହ୍ମପୁର ଜୋନ ର ପୂର୍ବତନ ଉପ ସାଧାରଣ ସମ୍ପାଦକ କମ୍ରେଡ ଏମ ଏନ ଶେଷ କୁମାର ଓ ବର୍ତ୍ତମାନ ର ଉପ ସାଧାରଣ ସମ୍ପାଦକ କମ୍ରେଡ ଅରୁଣ କୁମାର ପଣ୍ଡାଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା |
କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଜୋନ ର ସମସ୍ତ କାର୍ଯ୍ୟକର୍ତ୍ତା, ଗଞ୍ଜାମ ଜିଲ୍ଲାର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ | ସଭା ପରିଚାଳନାରେ ସହ ସାଧାରଣ ସମ୍ପାଦକ କମ୍ରେଡ ଭାସ୍କର ପ୍ରଧାନ, ସୌମ୍ୟଜିତ ମୁଣ୍ଡ, କେ ଶଙ୍କର ଦୋରା ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ପରିଶେଷରେ କମ୍ରେଡ ଅମିୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |