
ଭଦୋଦରା– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦୁଇ ଦିନିଆ ଗସ୍ତରେ ଗୁଜରାଟ୍ ପହଁଚିଛନ୍ତି । ସକାଳେ ଭଦୋଦରା ବିମାନବନ୍ଦରରେ ପହଁଚିବା ସମୟରେ ତାଙ୍କୁ ଭବ୍ୟ ଭାବେ ସ୍ୱାଗତ କରାଯାଇଥିଲା ।
ସେ ବିମାନବନ୍ଦରରୁ ଏୟାରଫୋର୍ସ ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଯାଏ ଏକ ଭବ୍ୟ ରୋଡ୍ ଶୋ କରିଛନ୍ତି । ଏହି ରୋଡ୍ ଶୋକୁ “ସିନ୍ଦୂର ସମ୍ମାନ ଯାତ୍ରା” ନାମ ଦିଆଯାଇଛି। ପ୍ରଧାନମନ୍ତ୍ରୀ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମଥର ପାଇଁ ତାଙ୍କ ହୋମଟାଉନକୁ ଆସିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳେ ଭଦୋଦରା ବିମାନବନ୍ଦରରେ ପହଁଚିଥିଲେ। ଏହାପରେ ସେ ଏୟାରଫୋର୍ସ ଗେଟ୍ ପର୍ଯ୍ୟନ୍ତ ଏକ କିଲୋମିଟର ଯାଏ ରୋଡ୍ ଶୋ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବହୁ ପରିମାଣରେ ଲୋକଙ୍କ ସମାବେଶ ହୋଇଥିଲା। ଲୋକମାନେ ହାତରେ ତିରଙ୍ଗା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହାତ ହେଲାଇ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ କର୍ଣ୍ଣେଲ୍ ସୋଫିଆ କୁରେସିଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ସିନ୍ଦୂର ସମ୍ମାନ ଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଭଦୋଦରାରେ ପହଁଚିଥିଲେ।