
ଗଞାମ– ଗଞ୍ଜାମ ଜିଲ୍ଲାରେ ପୁଣି ଅଜଣା ଜନ୍ତୁଆତଙ୍କ ଦେଖାଦେଇଛି। ସାମନ୍ତିଆ ପଲ୍ଲୀ ଵନାଞ୍ଚଳତୁମ୍ଵା ବିଟ ଅଧିନ ମହାଲିମ୍ବ ଗ୍ରାମରେ ଅଜଣା ଜନ୍ତୁ ଙ୍କଆତଙ୍କଦେଖାଦେଇଛି। ଗତ ତିନିଦିନ ମଧ୍ୟରେ କୃଷ୍ଣ ଚନ୍ଦ୍ର କାର୍ଯୀ, ପୂର୍ଣ୍ଣଵାସୀ କାର୍ଯୀ ଓ କୁମୁଦ କାର୍ଯୀଙ୍କ ତିନୋଟୀ ଛେଳିକୁ ଗୁହାଳରୁ ଅଜଣା ଜନ୍ତୁ ନେଇଯାଇ ଖାଇଛନ୍ତି। ଫଳରେ ଏ ଅଞ୍ଚଳରେ ମେଷ ପାଳକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଅଛି। ଵନ ବିଭାଗ ପକ୍ଷରୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।