-
ଲୋକସଭାରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ- କେନ୍ଦ୍ର ସରକାର ସୁପ୍ରିମକୋର୍ଟର ରାୟକୁ ପାଳନ କରି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ସେ ଲୋକସଭାରେ କହିଛନ୍ତି ଯେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଏହି ଟ୍ରଷ୍ଟକୁ ଅନୁମୋଦନ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଟ୍ରଷ୍ଟର ନାମ ଶ୍ରୀରାମ ଜନ୍ମସ୍ଥଳୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ହେବ ଓ ଏହା ସମ୍ପୂର୍ଣ ରୂପେ ସ୍ୱାୟତ ହେବ । ଏହା ସହିତ ନ୍ୟାୟାଳୟର ରାୟ ଅନୁସାରେ ସୁନ୍ନି ବକଫ ବୋର୍ଡକୁ ଅଯୋଧ୍ୟାରେ ପାଂଚ ଏକର ଭୂମି ପ୍ରଦାନ କରା ଯିବ ବୋଲି ସେ କହିଛନ୍ତି ।
ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭବ୍ୟ ରାମ ମନ୍ଦିର ନିର୍ମାଣ ଓ ଏ ସମ୍ପର୍କିତ ଅନ୍ୟ ବିଷୟ ଗୁଡିକ ପାଇଁ ଏକ ବିଶାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ସୁପ୍ରିମକୋର୍ଟର ନିର୍ଦେଶ ଅନୁସାରେ ଏହି ଟ୍ରଷ୍ଟ ଗଠନ ପାଇଁ ପ୍ରସ୍ତାବ ପାରିତ କରା ଯାଇଥିଲା । ଏହି ଟ୍ରଷ୍ଟ ରାମଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ କରିବ ।
ସେ କହିଛନ୍ତି ଯେ ଭାରତର ପ୍ରାଣବାୟୁରେ, ଆଦର୍ଶ, ମର୍ଯ୍ୟାଦାରେ ଭଗବାନ ଶ୍ରୀରାମ ଓ ଅଯୋଧ୍ୟାର ଐତିହାସିକତା ସହ ଆମେ ସମସ୍ତେ ପରିଚିତ । ଅଯୋଧ୍ୟାରେ ଭବ୍ୟ ମନ୍ଦିରର ନିର୍ମାଣ ବର୍ତମାନ ଓ ଭବିଷ୍ୟତରେ ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କର ସଂଖ୍ୟା ଓ ଭକ୍ତିକୁ ଆଖି ଆଗରେ ରଖି ଆଉ ଏକ ନିଷ୍ପତି ଗ୍ରହଣ କରା ଯାଇଛି । ଆଇନ ଅନୁସାରେ ଏହି ଟ୍ରଷ୍ଟକୁ ୬୭.୦୩ ଏକର ଭୂମି ଟ୍ରାନସଫର କରା ଯିବ । ରାମଲାଲା ବିରାଜମାନଙ୍କ ଜମି ମଧ୍ୟ ଟ୍ରଷ୍ଟକୁ ମିଳିବ । ଏହି ଟ୍ରଷ୍ଟ ହିଁ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ଉପରେ ନିଷ୍ପତି ନିଆ ଯିବ ।