
ଭୁବନେଶ୍ୱର– ମହାନ୍ ପର୍ବ ସାବିତ୍ରୀ ବ୍ରତରେ ସଧବା ନାରୀଙ୍କ ସୁଦୀର୍ଘ ଓ ମଙ୍ଗଳମୟ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ୍ ପର୍ବ ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତ ସଧବା ମା’ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରତ୍ୟେକ ସଧବା ନାରୀଙ୍କ ସୁଦୀର୍ଘ ଓ ମଙ୍ଗଳମୟ ଦାମ୍ପତ୍ୟ ଜୀବନ ପାଇଁ ପ୍ରାର୍ଥନା କରୁଛି।