
ଭୁବନେଶ୍ୱର– ଉମରକୋଟ ଠାରେ ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘର ୩୮ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଶୁଭ କାର୍ଯ୍ୟରେ ସୁଦୂର ପଶ୍ଚିମବଙ୍ଗରୁ ପରିଶୁଧାନନ୍ଦଜୀ ମହାରାଜ ଏବଂ ରାୟଗଡ଼ାରୁ ପ୍ରଭୁ ବରନାନନ୍ଦଜୀ ମହାରାଜ ଯୋଗ ଦେଇ ଆଧ୍ୟାତ୍ମିକ, ସେବା ସମର୍ପଣର ଦିବ୍ୟବାର୍ତ୍ତା ପ୍ରଦାନ କରିଥିଲେ।ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସେବା ମନୋବୃତିର ଅର୍ଥ ଓ ସଂଜ୍ଞା ବଖାଣିଥିଲେ ମନ୍ତ୍ରୀ ।