
ଭୁବନେଶ୍ୱର– ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ।
ଟିଟିଲାଗଡରେ କାର୍ଯ୍ୟରତ ଟ୍ରାକ ରକ୍ଷଣାବେକ୍ଷଣକାରୀ ପୂଜନ କୁମାର; ମତଗଜପୁର ଷ୍ଟେସନରେ କାର୍ଯ୍ୟରତ ଟ୍ରାକ ରକ୍ଷଣାବେକ୍ଷଣକାରୀ ଦୀନେଶ କୁମାର; କେନ୍ଦୁଝରଗଡ଼ରେ କାର୍ଯ୍ୟରତ ଲୋକୋ ପାଇଲଟ୍ ଜଗଦୀଶ ସାମଲ ଏବଂ ବିଶାଖାପାଟଣା ଠାରେ କାର୍ଯ୍ୟରତ ଟ୍ରେନ ପ୍ରବନ୍ଧକ (ମ୍ୟାନେଜର) ବୋଡାନି ଶ୍ରୀନିବାସ ରାଓ ସେମାନଙ୍କର ନିୟମିତ କର୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ପ୍ରଦର୍ଶନ କରିଛନ୍ତି ଏବଂ ବୁଦ୍ଧିର ଉପସ୍ଥିତି ପ୍ରଦର୍ଶନ କରି ଦ୍ରୁତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଯାହା ଟ୍ରେନଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନାରେ ଅବଦାନ ରଖିଛି।
ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ। ବିଶେଷକରି ରେଳ କର୍ମଚାରୀମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ କାମ କରନ୍ତି । ରେଳ ସେବାର ନିରାପତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍ ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ଅପରେଟର ମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୂର୍ବତଟ ରେଳପଥ ଏହାର କର୍ମଚାରୀଙ୍କ ପ୍ରୟାସକୁ ସ୍ୱୀକୃତି ଦେବା ଏବଂ ସମସ୍ତ କାର୍ଯ୍ୟରେ ଉତ୍କର୍ଷତା ଏବଂ ନିରାପତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ।