
ଗଞାମ– ଅଗ୍ନିସମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ ଆଜି ସକାଳେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଅଗ୍ନିସମ କେଂଦ୍ର ପରିଦର୍ଶନ କରି ଏହାର ସ୍ଥିତି ଓ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ଏହାସହ ସେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ସହ ଆଲୋଚନା କରିଛନ୍ତି । 1945 ମସିହାରେ ପ୍ରତିଷ୍ଠିତ ଏହି କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ବିଧାୟକ ଅଗ୍ନିସମ ବିଭାଗକୁ ଚିଠି ଲେଖିଥିଲେ। ଡିଜି ଡଃ. ଷଡଂଗୀ ଏହି କେଂଦ୍ର ପରିଦର୍ଶନ କରି ଅଗ୍ନି ନିର୍ବାପନରେ ବ୍ଯବହୃତ ସାମଗ୍ରି ଗାଡି ଓ ମୋଟର ଯାଂଚ କରିଛନ୍ତି । ଏହାସହ ସେ ନୂତନ ଭିତ୍ତିଭୂମି ଉପରେ ପରାମର୍ଶ ଦେଇଛନ୍ତି ।