ଦୀର୍ଘଦିନ ହେଲା ବୌଦ୍ଧଜିଲା ଓକିଲ ସଂଘ ଏହି ଦାବୀ ନେଇ ଆନ୍ଦୋଳନ ଜାରି ରଖିଛି । ଆନ୍ଦୋଳନ ସତ୍ୱେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଉଦାସିନତା ମନୋଭାବ ପ୍ରଦର୍ଶନ କରିଆସୁଥିବାରୁ ଏହା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତାହାର ପ୍ରତିଫଳନ ଆଜିର ବୌଦ୍ଧ ବନ୍ଦରେ ଜଣାପଡିଛି । ବନ୍ଦରେ ସାମିଲ ହୋଇଥିଲେ ସହରର ପ୍ରାୟ ସମସ୍ତ ସଂଗଠନ ଓ ସାଧାରଣ ଜନତା । ବୁଧବାର ଦିନ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବୀ ନେଇ ଓକିଲ ସଂଘ ପକ୍ଷରୁ ୧୨ ଘଂଟିଆ ପଶ୍ଚିମ ଓଡିଶା ବନ୍ଦ ପାଳନ କରିଛନ୍ତି । ବୌଦ୍ଧ ଜିଲାରେ ମଧ୍ୟ ଏହି ବନ୍ଦ ପାଳନ ପୁରାପୁରି ହୋଇଛି । ବୌଦ୍ଧ ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଓ ବୌଦ୍ଧ ଜିଲାକୁ ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତର ଅଣାଯାଇ ଉତରାଂଚଳ ରାଜସ୍ୱ ଆୟୁକ୍ତରେ ସାମିଲ ହେବା ନେଇ ଦୀର୍ଘ ଦିନ ହେଲା ଦାବୀ ହୋଇଆସୁଅଛି । କିନ୍ତୁ ରାଜ୍ୟ କି କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ବୌଦ୍ଧ ଜିଲାରେ ସାଧାରଣ ନାଗରିକ ବହୁ ହଇରାଣ ହେଉଅଛନ୍ତି । ଏଣୁ ଜିଲାବାସୀ ନିଜର ହକ ପାଇଁ ବୁଧବାର ଦିନ ମିଳିତ ହୋଇ ଏହି ବନ୍ଦରେ ସାମିଲ ହୋଇଛନ୍ତି ।
ଜିଲା ଓକିଲ ସଂଘ ଓ ସିଭିଲ ଆଣ୍ଡ କ୍ରିମିନାଲ ସଂଘ ପକ୍ଷରୁ ସକାଳ ୬ ଟାରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ତଥା ବୌଦ୍ଧ ସହରର ଏନଏସିଛକ ଓ ବ୍ରିଜ ଛକ ଠାରେ ଠିଆ ହୋଇ ଗାଡି ଚଳାଚଳ ସଂପୁର୍ଣ୍ଣ ବନ୍ଦ କରିଥିଲେ । ଫଳରେ ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ଗାଡି ଚଳାଚଳ ଠପ ହୋଇଯାଇଥିଲା । ଗାଡି ଚଳାଚଳ ବନ୍ଦ ଯୋଗୁଁ ବହୁ ସଂଖ୍ୟାରେ ଯାତ୍ରୀ ହଇରାଣ ହୋଇଥିଲେ । ଏହି ବନ୍ଦରେ ସ୍ୱତପ୍ରବୃତ ଭାବରେ ସହରର ବଣିକସଂଘ, ଟ୍ରକ ମାଲିକ ସଂଘ, ବେସରକାରୀ ବସ ସଂଘ, ଟ୍ୟାକ୍ସି ସଂଘ, ଅଟୋରିକସା ସଂଘ, ରାମଲୀଳା ନାଟ୍ୟ ସଂସଦ , ଭୈରବୀ କ୍ଳବ ଓ ବିଭିନ୍ନ ଅନୁଷ୍ଠାନ ବନ୍ଦରେ ସାମିଲ ହୋଇ ବନ୍ଦ ପାଳନ କରିଥିଲେ । ବନ୍ଦ ସମୟରେ ଜିଲା କୋର୍ଟ ପରିସରରେ ଟ୍ରକ ମାଲିକ ସଂଘ ସଭାପତି ଶିବପ୍ରସାଦ ମିଶ୍ର, ବଣିକ ସଂଘ ସଦସ୍ୟ ରାଜକପୁର ଅଗ୍ରୱାଲା, ବସ ସଂଘର ସମ୍ପାଦକ ରାଜକିଶୋର ପଟାନାୟକ, ଭୈରବୀ କ୍ଳବର ସଦସ୍ୟ ପଙ୍କଜ ମେହେର,ଓ ଅନ୍ୟମାନେ କୋର୍ଟ ସମ୍ମୁଖରେ ବିଭିନ୍ନ ନାରାଦେବା ସହ ଜିଲାବାସୀଙ୍କ ଏକ ବିଶେଷ ଦାବୀ କହିବା ସହ ବିଚାରପତି ମାନଙ୍କୁ କୋର୍ଟ ଭିିତରକୁ ନଯିବାକୁ ଅନୁରୋଧ କରିଥିଲେ । ଫଳରେ ଜିଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିବା ପରେ ସମସ୍ତ ବିଚାରପତି ଫେରିଯାଇଥିଲେ ।
ବନ୍ଦ ଯୋଗୁଁ ବୌଦ୍ଧରେ କୋର୍ଟ କାର୍ଯ୍ୟ ସଂପୁର୍ଣ୍ଣ ଅଚଳ ହୋଇପଡିଥିଲା ଏହା ପରେ ଆନ୍ଦୋଳନକାରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିଦେଇଥିଲୋ । ବୌଦ୍ଧରେ ଓକିଲ ସଂଘର ୧୨ ଘଂଟିଆ ବନ୍ଦ ସଫଳ ହେବା ସହ ସହରର ଦୋକାନ ବଜାର , ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ଡାକଘର, ବ୍ୟାଙ୍କ, ସମସ୍ତ ଶିକ୍ଷା ଅନୁଷ୍ଠାନ ସବୁ ସଂପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ଠପ ହୋଇଯାଇଛି । ବନ୍ଦରେ ଜିଲା ଓକିଲ ସଂଘ ସଭାପତି ତାରେଣି କୁମାର ମହାପାତ୍ର , ସମ୍ପାଦକ ଅଶୋକ କୁମାର ମିଶ୍ର , ବରିଷ୍ଠ ଆଇନଜୀବୀ ସୁଧିର କର୍ଣ୍ଣ, ନଳିନୀ କର୍ଣ୍ଣ, ଓମ ପ୍ରକାଶ ମିଶ୍ର, ବରଜ କୁମାର ବେହେରା, ଧୁରୁଣୀ ଦେହୁରୀ, ରଘୁନାଥ ମେହେର, ସନ୍ତୋଷ ମିଶ୍ର,ଯତୀନ ସିହ୍ନା, ଅଶୋକ କୁମାର ସାହୁ, ଗ୍ୟାନରଞନ ପଟାନାୟକ, ଦେବରଂଜନ ବିଶି, ପୃଥିରାଜ ମେହେର, ସଚିଦାନନ୍ଦ ବିଶ୍ୱାଳ, ଯୋଗଶେ ପ୍ରସାଦ ନାଏକ, ପରମେଶ୍ୱର ବିଶି, ସେହିପରି ସିଭିଇ ଆଣ୍ଡ କ୍ରିମିନାଲ ବାର ଶାନ୍ତାନୁ ମହାପାତ୍ର, ଆଶୁତୋଷ ଦାସ, କୃଷ୍ନଚନ୍ଦ୍ର ମେହେର, ଶ୍ରିନିବାସ ସହୁ ପ୍ରମୁଖଙ୍କ ସମତେ ଶତାଧିକ ଓକିଲ ସାମିଲ ଥିଲେ । ବନ୍ଦକୁ ଦୃଷ୍ଟିରେ ରଖି ସହର ସାରା ବ୍ୟାପକ ପୋଲିସ ମୃତୟନ ହୋଇଥିଲେ ।