
ରାଉରକେଲା– ଦିନକୁ ଦିନ ପେଟ୍ରୋଲ ଦାମ ବଢୁଥିବା ବେଳେ ମାଇଲେଜ ଲାଗି ଚିନ୍ତାରେ ଥିବା ଗାଡି ମାଲିକ ମାନଙ୍କୁ ଭୁବନେଶ୍ୱରର କିଛି ସିଏନଜି ଫିଟିଂ ସଂସ୍ଥା ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରି ଗାଡି ମାଲିକ ମାନଙ୍କୁ ନିଜ ଫାସରେ ପକାଇ ନହେବା କାମକୁ କରିଦେଇ କାଗଜ ପତ୍ର କରିଦେବାର କଥା ଦେଇ ଆଉ ଧରା ନଦେବା ଯୋଗୁ ଅନେକ ଗାଡି ମାଲିକ ଏବେ ଚିନ୍ତାରେ ପଡିଛନ୍ତି । ଏପଟେ ପଇସା ଗଲା ଓ ସିଏନଜି ଫିଟିଂ
ହେବା ପରେ ଗାଡିକୁ ଆରଟିଓ ଅଫିସ ବାଲା ପଜିଂକରଣ ନକରିବା ଯୋଗୁ ପରେ ଗାଡି ଚଳାଇବା ବିପଦପୁର୍ଣ ହେବା ଭଳି ସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ଲୋକେ ଏବେ ନାନା ହଇରାଣ ହରକତ ହେବାରେ ଲାଗିଛନ୍ତି ।
ଖବରରୁ ଜଣାପଡିଛି ଯେ, ଭୁବନେଶ୍ୱରର ଝାରପଡା ଠାରୁ ଆରମ୍ଭ କରି ପୁରୀ କେନାଲ ରାସ୍ତା ଓ ଅନ୍ୟ କିଛି ଯାଗାରେ ଲୋଭାଟୋ ଠାରୁ ଆରମ୍ଭ କରି ନାନା ପ୍ରକାର ସିଏନଜି କିଟ ଗାଡି ଗୁଡିକରେ ଲଗାଇବା ଲାଗି ବିଭିନ୍ନ ଗ୍ୟାରେଜ ମାନ ଖୋଲିଛି, ଏମାନଙ୍କୁ ଏସଟିଏ ରାଜ୍ୟସରକାରଙ୍କର ପରିବହନ ବିଭାଗ ମଧ୍ୟ ଅନୁମତି ପ୍ରଦାନ କରିଛି । କଥା ହେଲା ଏମାନେ ପ୍ରଚାର କରୁଛନ୍ତି ଗୋଟିଏ କଥା, ଗାଡି ବାଲା ପହଁଚିବା ପରେ କରୁଛନ୍ତି ଅନ୍ୟ ଗୋଟିଏ କଥା । ଯାହା କୁହାଯାଇଛି ବିଏସ-୪ ଓ ବିଏସ-୬ ଗାଡି ଗୁଡିକରେ ଯେଉଁଗୁଡିକ ପେଟ୍ରୋଲ ଗାଡି ହୋଇଥିବ ସେଗୁଡିକରେ ଏହି କିଟ ଲାଗିବା କଥା, ଯାହାର କାଗଜ ପତ୍ର ହେବା ଲାଗି କିଛିଟା ସୁବିଧା ରହିଛି, ହେଲେ ଏହି ସିଏନଜି ଲାଗାଇବା ସଂସ୍ଥା ମାନେ ବିଏସ-୩ ଗାଡିରେ ମଧ୍ୟ ପଇସା ଲୋଭରେ ଏହି ସବୁ କିଟ ଲଗାଇ ଦେଉଛନ୍ତି, ଗାଡି ମାଲିକ କାଗଜ ପତ୍ର ମାଗିବା ବେଳକୁ କହୁ଼ଛନ୍ତି ଆପଣଙ୍କ ଗାଡି ବିଏସ-୩ ତେଣୁ କଂପାନୀ ପାଖରୁ ବିଏସ-୪ ବୋଲି ଲେଖାଇ
ଆଣନ୍ତୁ । ଏହା ପରେ ଗାଡି ମାଲିକ ଏଣେ ତେଣେ ବୁଲି ଆଇନ କାନୁନ କଥା ବୁଝିବା ପରେ ଏହି କିଟ ଲଗାଇବା ଲାଗି ଖର୍ଚ୍ଚ କରିଥିବା ୪୭ ହଜାର ଟଙ୍କାକୁ ଭୁଲି ଯାଇ ପୁଣି ଗାଡିରୁ ଏହି ସିଏନଜି କିଟ ଗୁଡିକ ବାହାର କରିବବାକୁ ବାଧ୍ୟ ହେଉଛନ୍ତି । ସେପଟେ ଯଦି କେହି ଲୁଚା ଛପାରେ ଏହିଭଳି କିଟ ଲଗାଇ ଗାଡି ଚଳାଉଛି ତେବେ କିଛି ସିଏନଜି ଟାଙ୍କିରେ ସିଏନଜି ଦେବା ଆଗରୁ ସିଏନଜି ନେଉଥିବା ଗାଡି ନମ୍ବର ଗୁଡିକ ଲେଖାଯାଇ ଆରଟିଓ ଅଫିସକୁ ପଠାଇ ଦିଆଯାଉଛି, କିଛି ସିଏନଜି ବାଲା ତ କାଗଜପତ୍ର ଦେଖିବା ପରେ ହିଁ ସିଏନଜି ଦେଉଥିବା ଦେଖାଯାଉଛି । ଏଭଳି ସ୍ଥିତି ନିଶ୍ଚିତ ଆଇନ ତ ଠିକ ଓ ସୁରକ୍ଷା ଦୃଷ୍ଟି କୋଣରୁ ଠିକ କିନ୍ତୁ ଏଭଳି ସରକାରଙ୍କ ଠାରୁ ଅନୁମତି ପତ୍ର ନେଇ ଲୋକଙ୍କୁ ଠକି ସେମାନଙ୍କୁ ହଇରାଣ ହରକତ କରୁଥିବା କିଛି ସିଏନଜି ଫିଟମେଂଟ ବାଲାଙ୍କ ଉପରେ ସରକାରଙ୍କର ନଜର ରହୁନାହିଁ, ଫଳରେ ଏଭଳି ଠକେଇ ଓ ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କୁ ଅନିଶ୍ଚିତତା ବିତରକୁ ଠେଲିଦେବା ବଢି ଚାଲିଛି । କଥା ହେଲା
ଯଦି ବିଏସ-୩ ଗାଡିରେ ଏହା ଲାଗି ପାରିବ ନାହିଁ, ଲାଗିଲେ କାଗଜ ପତ୍ର ହେବା ସମସ୍ୟା ହେବ ତେବେ ସେହି ଗାଡି ବାଲାଙ୍କୁ ଏହାକୁ ନଲଗାଇବା ଲାଗି ସିଧା ମନା କରିଦେବା କଥା, କିନ୍ତୁ ଏମାନେ ତାହା କରୁନାହାନ୍ତି, କିଛି ପିଲାଙ୍କୁ ଆଗରେ ରଖି ନିଜେ ପରଦା ପଛରେ ରହି ଏଭଳି କାରବାର ଚଳାଇ କେବଳ ପଇସା ରୋଜଗାର କରିବା ଲକ୍ଷ୍ଯରେ କିଛି ଲୋକ ଏସବୁ ଚଳାଇଥିବାରୁ ଲୋକେ ହଇରାଣ ହେବା ସହ ନିଜ ଗାଡି ଗୁଡିକୁ ମଧ୍ୟ ଅଜାଣତରେ ନାନା ସମସ୍ୟା ଭିତରେ ପକାଉଛନ୍ତି । ରାଜ୍ୟ ସରକାର ଏଭଳି ଫିଟମେଣ୍ଟ ସଂସ୍ଥା ଗୁଡିକ ଉପରେ ନଜର ଦେବା ସହ ଏହିଭଳି ଲୁଟ ଓ ହଇରାଣର ଶୀକାର ହେଉଥିବା ଲୋକ ମାନଙ୍କୁ ଏହି ଠକ ମାନଙ୍କ ହାବୁଡରୁ ରକ୍ଷା କରିବାକୁ ଦାବି ହେଉଛି ।