
ଜୟପୁର– କୋରାପୁଟ ଜିଲାର ଜଙ୍ଗଲ ତଳି ଓ ଜଙ୍ଗଲ ଘେରା ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବିନଜୀବିକା ନିର୍ବାହ କରିଥାନ୍ତି । ଯାହାକି ମଣିଷ ସମାଜ ଆଦ୍ୟରୁ ଜଙ୍ଗଲ ଉପରେ ନିର୍ଭର କରି ଆସୁଥିବା ବେଳେ କୃଷି ଓ ପଶୁପାଳନ କରି ବଞ୍ଚି ଆସୁଛି । ସେମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ ପ୍ରବାହିତ ସହିତ ଲଘୁ ବନଜାତ ଦ୍ରବ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଏମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ଛଅ ମାସ ଜୀବିକା ନିର୍ବାହ କରିଥାନ୍ତି । ଫଳ, କୋଳି, କନ୍ଦା ମଧ୍ୟରେ କେନ୍ଦୁ, ହରିଡା, ବାହାଡା, ସାହାଡ଼ା, ଅଁଳା, ଚାଆଁର, କୁସୁମ, ତେନ୍ତୁଳି, ଟୋଲ, ତେନ୍ତୁଳି, ଆମ୍ବ ଟାକୁଆ, ଲାଖ ଝୁଣା, ମହୁ ଆଦି ବନାଞ୍ଚଳବାସୀଙ୍କ ଜୀବିକା ନିର୍ବାହର ପ୍ରଧାନ ପନ୍ଥା ରହି ଆସିଛି । ବିଶେଷ କରି ଗ୍ରୀଷ୍ମରେ କୋରାପୁଟ ଜିଲାର ବୈପାରିଗୁଡା, ଜୟପୁର, ବୋରିଗୁମ୍ମା, କୋଟପାଡ, ଲମତାପୁଟ, ପଟାଙ୍ଗି, ନାରାୟଣପାଟଣା, ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକେ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଆଦି ବ୍ଲକ ଜଙ୍ଗଲଘେରା ଅଞ୍ଚଳ ରହିଥିବାରୁ ବିଭିନ୍ନ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରି ଅର୍ଥ ରୋଜଗାର କରୁଛନ୍ତି । ସମୟ କ୍ରମେ ଜଙ୍ଗଲ ହ୍ରାସ ଯୋଗୁଁ ଏ ସବୁ ଉତ୍ପାଦନ ହାର ପାତାଳକୁ ଖସିଛି । ପୂର୍ବଭଳି ଆଉ ଲଘୁ ବନଜାତ ଦ୍ରବ୍ୟ ମିଳୁନଥିବା କହିଛନ୍ତି ଅଞ୍ଚଳବାସୀ । ବର୍ତ୍ତମାନ ସ୍ଥିତିରେ ଚାଆଁର ସହ ବିଭିନ୍ନ ପ୍ରଜାତିର କୋଳି ସଂଗ୍ରହ ଚାଲିଥିବା ବେଳେ କିଲୋ ପ୍ରତି ୩ ଶହ ଟଙ୍କା ଦରରେ ସ୍ଥାନୀୟ ବେପାରୀ ନିକଟରେ ଲୋକେ ବିକ୍ରୟ କରୁଛନ୍ତି । ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟ କ୍ରୟ ଏବଂ ଏମଏସପିରେ ଲୋକେ ବିକ୍ରୟ ପାଇଁ ଲାଭ ଯୋଜନା ଲାଗୁ ହୋଇଛି । ଏଫ୍ଏକ୍ୱୁ୍ୟ ଗୁଣବତ୍ତା ଥିବା ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବାକୁ ଓଡିଶା ଜୀବିକା ମିଶନ ମହିଳା ଏମବିକେମାନଙ୍କ ସହଯୋଗ ଏବଂ ପରିଚାଳନାରେ ଏସଏଚଜିଙ୍କୁ କ୍ରୟ କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ବିଭିନ୍ନ ଏଜେନ୍ସି ଏନ୍ଟିଏଫ୍ପି କ୍ରୟ କରୁଛନ୍ତି । ଅନ୍ୟପକ୍ଷରେ ଏସବୁ ଟିଡିସିସିକୁ ବିକ୍ରୟ କରିବାକୁ ପ୍ରାବଧାନ ରହିଛି । ସରକାରୀ କାଗଜପତ୍ରରେ କ୍ରୟ ବିକ୍ରୟ କେବଳ ଚାଲିଛି । ଉତ୍ପାଦିତ ଲଘୁ ବନଜାତ ଦ୍ରବ୍ୟ ବାହାର ବେପାରୀ ଲୋକଙ୍କ ଠାରୁ କମ୍ ମୂଲ୍ୟରେ କ୍ରୟ କରି ପ୍ରକୃତ ଲାଭ ସେମାନେ ପାଉଥିବା ବେଳେ ଭୋର ସକାଳୁ ୬ଟା ବେଳେ ଜଙ୍ଗଲକୁ ଯାଇ କଠିନ ପରିଶ୍ରମ କରି ଖରାରେ ସିଝି ଲଘୁ ବନଜାତ ଦ୍ରବ୍ୟ ଆଦି ସଂଗ୍ରହ କରି ଆଣି ବେପାରୀକୁ ଲାଭ ଦେଉଛନ୍ତି । ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସିଧାସଳଖ ଲାଭ ଲୋକେ ପାଇ ପାରନ୍ତେ । ଚାଆଁର କୋଳି ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ । ଏହାର ମଞ୍ଜି ବିଭିନ୍ନ ରୋଗ ପାଇଁ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କରି ହାଇ କୋଲଷ୍ଟ୍ରୋଲ୍, କନ୍ସିପେଶନ, ଇନ୍ସଅମାନିଆ, ଯକୃତ ସମ୍ବନ୍ଧୀୟ ରୋଗ ଜଣ୍ଡିସ ଓ ସ୍କିନ ରୋଗ ଆଦିରେ ଏହାର ମଞ୍ଜି ଔଷଧ ଉପାଦାନ ରୂପେ ବ୍ୟବହାର ହୋଇଥାଏ । ଏସବୁ ଦୃଷ୍ଟିରୁ ଚାଆଁର ମଞ୍ଜିର ଚାହିଦା ରହିଛି । ୧୦ରୁ ୧୨ ବର୍ଷ ତଲେ ସାବିତ୍ରିକୁ ୧୦ ରୁ ୧୨ ଦିନ ଆଗରୁ କୋଳି ପସରା ବସୁଥିବା ବେଳେ ଏବେ ପୁଜାକୁ ୩ ଦିନ ଥିବ କୋଲି ପସରା ଦେଖିବାକୁ ମେଳୁ ନାହିଁ । ଧିରେ ଧିରେ ଜଙ୍ଗଲ ନଷ୍ଟ ହେବାରୁ କୋଳି ମଧ୍ୟ ଜଙ୍ଗଲରେ ଫଳୁ ନାହିଁ । ଫଳରେ ଆଦିବାସୀ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଲକ୍ଷ୍ଯ କରାଯାଇଛି ।