
ଜୟପୁର– ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଓ ନିଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ଅଧିକାରୀ ଓ କର୍ମଚାରୀ ମଦ ଭାଟି ଭଙ୍ଗିବା ସହ ୧୨ ଶହ ଲିଟର ପୋଚ ଓ ୭୦ ଲିଟର ଦେଶି ମଦ ଜବତ କରିନଷ୍ଟ କରିଛନ୍ତି । ମଦ ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି ।