
ଭୁବନେଶ୍ୱର, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କର ପରିବାର ବର୍ଗ ସହ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଁ ଓ ମୋର ପରିବାର ବର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲି। ଏଥିରେ ମୋ ସହ ମୋ ଧର୍ମପତ୍ନୀ ତଥା। ବଲାଙ୍ଗୀର ର ମାନନୀୟ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ଆମର ଝିଅ ନିବୃତ୍ତି କୁମାରୀ ମେୱାର ଏବଂ ଆମର ପ୍ରିୟ ନାତି-ନାତୁଣୀ-ମୋହଲକ୍ଷିକା କୁମାରୀ ମେୱାର, ପ୍ରାଣେଶ୍ୱରୀ କୁମାରୀ ମେୱାର ଏବଂ ହରିତରାଜ ସିଂହ ମେୱାର ମଧ୍ୟ ଉପସ୍ଥିତ ରହିଥିଲେ।