
କେନ୍ଦୁଝର,କେନ୍ଦୁଝର ସାଂସଦ ଅନନ୍ତ ନାୟକ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା କ୍ଷେତ୍ରର ବଳା ପଂଚାୟତର କୁରୁଳିଆ ଠାରେ ଆଜି ରାଷ୍ଟ୍ରୀୟ ଗୋକୁଳ ମିଶନ ଯୋଜନା ରେ ଚାଷୀଙ୍କୁ ଉନ୍ନତ ପ୍ରଜାତିର ଗାଈ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ଗୋ ମାତାଙ୍କ ପୂଜା ଓ ସେବା ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ମାନଙ୍କ ବ୍ୟତୀତ ସ୍ଥାନୀୟ ସରପଂଚ ସ୍ମିତା ନାଏକ ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ଓ ଚାଷୀ ଉପସ୍ଥିତ ଥିଲେ ।