ଭୁବନେଶ୍ୱର – ଏଣିକିବସ୍ ଷ୍ଟାଣ୍ଡ ମାନଙ୍କରେ ସପିଂ ମଲ୍ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଂଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଜନସାଧାରଣ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇପାରିବେ । ସେହିପରି ଓଏସଆରଟିସିର ବସ ସଂଖ୍ୟା ବଢାଇବା ପାଇଁ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି କ୍ରୁଟ ର ଏମଡି ଅରୁଣ ବୋଥ୍ରା କହିଛନ୍ତି ଯେ ବର୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ ହୋଇଛି । କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି । ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି । ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ ।
ମୋ ବସ୍ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି । ୫୦ଟି ବିଦ୍ୟୁତ ଚାଲିତ ବସ୍ ସହ ମୋ ବସ୍ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ । ମାର୍ଚ୍ଚ / ଏପ୍ରିଲ ମଧ୍ୟରେ ଇଲେକ୍ଟ୍ରିକ୍ ବସ୍ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି ପ୍ରତାପ ଜେନା କହିଛନ୍ତି ।