
ଧର୍ମଶାଳା- ଯାଜପୁର ଜିଲାରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ପାଇ ଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ହରିପୁରଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବାଂଛାନିଧି ବୈଶାଖ ପୁର୍ଣ୍ଣିମା ଫାଉଁଣ୍ଡେସନ’ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧିତ ଉତ୍ସବ ଆୟୋଜିତ ହୋଇଯାଇଛି । ବରିଷ୍ଠ ସଭ୍ୟ ଭାଷ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଥିଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ଜିଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡା,ମୁଖ୍ୟବକ୍ତାଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଓ ସମ୍ମାନୀତ ଅତିଥିଭାବେ ତୁଷାର ପରିଡା ଓ କୁମାର ସେନ ସେନାପତି ଯୋଗ ଦେଇ ଉପସ୍ଥିତ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍ୟ ଗୋପିନାଥ ବୈଶାଖ ବାର୍ଷିକ ବିବରଣୀପାଠ କରିଥିବା ବେଳେ ସତ୍ୟାନନ୍ଦ ପଣ୍ଡା ସ୍ୱାଗତ ଭାଷଣ ଓ ପ୍ରାଧ୍ୟାପକ ଅନୀଲ କୁମାର ସାହୁ ଓ ତ୍ରିଲୋଚନ ପ୍ରଧାନ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ ଜିଲାରେ ଏ ୧ ହାସଲ କରିଥିବା ୮୪ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ସମସ୍ତଙ୍କୁ ଚାରା ପ୍ରଦାନ କରାଯାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସଭ୍ୟ/ସଭ୍ୟା,ବରିଷ୍ଠ ନାଗରିକ,ଶିକ୍ଷାକର୍ମଚାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ଅବିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ଦେବେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।