
ଭୁବନେଶ୍ୱର– ମୌସୁମୀ ଆସିବା ପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଜୁନ ୩ ତାରିଖରେ ବିପର୍ଯ୍ୟୟ ପରିଚାଳନା ସମନ୍ୱୟ ବୈଠକ ବସିବ। ପଂଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ, ଶକ୍ତି ବିଭାଗ ସହିତ ସମନ୍ୱୟ ବୈଠକ କରାଯିବ। ମନ୍ତ୍ରୀ କହିଛନ୍ତି ୧୬ ବର୍ଷ ପରେ ମୌସୁମୀ ସଅଳ ଆସିଛି। ଆଜି ଏବିଷୟରେ ପ୍ରାଥମିକ ଆଲୋଚନା ବିଭାଗୀୟ ଅଧିକାରୀ ମାନଙ୍କ ସହ କରିଛି। ଜୁନ୍ ୩ ରେ ପଂଚାୟତିରାଜ, ନଗର ଉନ୍ନୟନ ବିଭାଗ, ଶକ୍ତି ବିଭାଗ ସହିତ ସମନ୍ୱୟ ବୈଠକ କରାଯିବ। ଗ୍ରୀଷ୍ମ ପ୍ରବାହ ବି ବହୁ ପୂର୍ବରୁ ଆସିଲା। ଆମେ ଏହାକୁ ମୁକାବିଲା କଲୁ। ସେହିପରି ବର୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତ।